ETV Bharat / state

ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ବାପା, ସହାୟତା ନମିଳିଲେ ଇଚ୍ଛା ମୃତ୍ୟୁ ଭରସା

author img

By

Published : Feb 4, 2020, 11:31 AM IST

ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଘଟଗାଁ ବ୍ଲକ ଉପରଡିହା ଗ୍ରାମର ଧନେଶ୍ବର ବେହେରା । 24 ବର୍ଷର ପୁଅ ରାଜେଶ ବେହେରାଙ୍କ ଚିକିତ୍ସା ପାଇଁ ସେ ଜିଲ୍ଲାପାଳଙ୍କ ଆଗରେ ଗୁହାରି କରିଛନ୍ତି । ଜିଲ୍ଲାପାଳ କିଛି ସହାୟତା ନ କଲେ ସେ ବାଧ୍ୟ ହୋଇ ହାଇକୋର୍ଟରେ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।

kendujhar
ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ବାପା, ସହାୟତା ନମିଳିଲେ ଇଚ୍ଛା ମୃତ୍ୟୁ ଭରସା

କେନ୍ଦୁଝର: ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଘଟଗାଁ ବ୍ଲକ ଉପରଡିହା ଗ୍ରାମର ଧନେଶ୍ବର ବେହେରା । 24 ବର୍ଷର ପୁଅ ରାଜେଶ ବେହେରାଙ୍କ ଚିକିତ୍ସା ପାଇଁ ସେ ଜିଲ୍ଲାପାଳଙ୍କ ଆଗରେ ଗୁହାରି କରିଛନ୍ତି । ଜିଲ୍ଲାପାଳ କିଛି ସହାୟତା ନକଲେ ସେ ବାଧ୍ୟ ହୋଇ ହାଇକୋର୍ଟରେ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।

ସୂଚନା ଅନୁସାରେ, ଦୁରାରୋଗ୍ୟ ୱଇଲସନ ରୋଗରେ ପୀଡିତ ଥିବା ରାଜେଶଙ୍କ ଚିକିତ୍ସା ପାଇଁ ଧନେଶ୍ବର ସମସ୍ତ ପୁଞ୍ଜି ଖର୍ଚ୍ଚ କରିସାରିଛନ୍ତି । ଧନେଶ୍ବର ଜଣେ ଗଣ ଶିକ୍ଷକ ହୋଇଥିବାବେଳେ ପୁଅର ଚିକିତ୍ସା ପାଇଁ ସବୁ ଅର୍ଥ ଖର୍ଚ୍ଚ କରି ସାରିଲେଣି । ନିଜେ ଆଉ ଚିକିତ୍ସା କରିନପାରି ଗତ ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପୁଅର ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ।

ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ବାପା, ସହାୟତା ନମିଳିଲେ ଇଚ୍ଛା ମୃତ୍ୟୁ ଭରସା

ଏହାପରେ ଇଟିଭି ଭାରତରେ ଖବର ପ୍ରକାଶିତ ହେବାପରେ ପ୍ରଶାସନ ତତ୍ପର ହୋଇଥିଲା । ଧନେଶ୍ବରଙ୍କୁ ପ୍ରଶାସନ ପକ୍ଷରୁ ଗୋଟେ ମାସର ଚିକିତ୍ସା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପ୍ରଶାସନ ଆଉ ଟଙ୍କା ନଦେବା ଫଳରେ ରାଜେଶର ଚିକିତ୍ସାରେ ବାଧକ ହୋଇଛି ।

ଫଳରେ ଏନେଇ ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସ୍ତ୍ରୀ ଓ ପୁଅକୁ ଆଣି ପହଞ୍ଚିଛନ୍ତି । ପୁନର୍ବାର ପୁଅର ଚିକିତ୍ସା ଖର୍ଚ୍ଚ ପ୍ରଶାସନ ନଦେଲେ ପୁଅର ଇଚ୍ଛା ମୃତ୍ୟୁ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ଧନେଶ୍ବର ପ୍ରକାଶ କରିଛନ୍ତି । ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ରେଡକ୍ରସ ପକ୍ଷରୁ ସାହାଯ୍ୟ ମିଳିଥିବା ନେଇ ସୂଚନା ମିଳିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପୁଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଧନେଶ୍ୱର, ନହେଲେ ଇଚ୍ଛା ମୃତ୍ୟୁହିଁ ଆଶାBody:ଆଙ୍କର- ପୁଅ ରାଜେଶ ବେହେରାଙ୍କ ବୟସ ୨୪ ବର୍ଷ । ସେ ଦୁରାରୋଗ୍ୟ ୱଇଲସନ ରୋଗରେ ପୀଡିତ । ତାର ଏହି ରୋଗପାଇଁ ନିଜର ସମସ୍ତ ପୁଞ୍ଜି କୁ ଖର୍ଚ୍ଚ କରି ସାରିଲେଣି ଘଟଗାଁ ବ୍ଲକ ଉପରଡ଼ିହା ଗ୍ରାମର ଧନେଶ୍ୱର ବେହେରା । ଧନେଶ୍ୱର ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ଦୁଇ ପୁଅ ଝିଅ ଙ୍କ ସହ ଚାରିଜଣ ପରିବାର ପ୍ରତିପୋଷଣ କରୁଛନ୍ତି । ଝିଅ ବାହାରେ ପଢିଥିବା ବେଳେ ପୁଅର ଚିକିତ୍ସା ପାଇଁ ସବୁ ଅର୍ଥ ଖର୍ଚ୍ଚ କରି ସାରିଲେଣି । ନିଜେ ଆଉ ଚିକିତ୍ସା କରିନପାରିବା ନେଇ ଗତ ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ପୁଅର ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଧନେଶ୍ୱର । ଏହା ପରେ ଆମ ଚ୍ୟାନେଲ ରେ ଖବର ପ୍ରକାଶିତ ହେବାପରେ ପ୍ରଶାସନ ତତ୍ପର ହୋଇଥିଲା । ଧନେଶ୍ୱର ଙ୍କୁ ପ୍ରଶାସନ ପକ୍ଷରୁ ଗୋଟେ ମାସ ର ଚିକିତ୍ସା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପ୍ରଶାସନ ଆଉ ଟଙ୍କା ନଦେବା ଫଳରେ ରାଜେଶ ର ଚିକିତ୍ସା ରେ ବାଧକ ହୋଇଛି । ଫଳରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଧନେଶ୍ୱର ସ୍ତ୍ରୀ ଓ ପୁଅ ସହ ପହଞ୍ଚି ଥିଲେ । ପୁନର୍ବାର ପୁଅର ଚିକିତ୍ସା ଖର୍ଚ୍ଚ ପ୍ରଶାସନ ନଦେଲେ ପୁଅର ସୁଖ ମୃତ୍ୟୁ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହେବେ ବୋଲି ଧନେଶ୍ୱର ପ୍ରକାଶ କରିଛନ୍ତି । ଏନେଇ ପ୍ରଶାସନ ର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ରେଡକ୍ରସ ପକ୍ଷରୁ ସାହାଯ୍ୟ ମିଳିଥିବା ନେଇ ସୂଚନା ମିଳିଛି।

ବାଇଟ-୧- ଧନେଶ୍ୱର ବେହେରା ( ରାଜେଶ ର ପିତା)

ବାଇଟ-୨- ସନ୍ଧ୍ୟାରାଣୀ ବେହେରା ( ରାଜେଶ ର ମା )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.