ETV Bharat / state

ବିପଦରେ ଗଜରାଜ, ଗଲା ଆଉ ଏକ ହାତୀର ଜୀବନ

author img

By

Published : Aug 11, 2021, 8:39 AM IST

କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ମୃତ୍ୟୁ । ସାରୁକୁଦର ଜଙ୍ଗଲ ନିକଟରୁ ଆଉ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ବିପଦରେ ଗଜରାଜ, ଗଲା ଆଉ ଏକ ହାତୀର ଜୀବନ
ବିପଦରେ ଗଜରାଜ, ଗଲା ଆଉ ଏକ ହାତୀର ଜୀବନ

କେନ୍ଦୁଝର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ମୃତ୍ୟୁ । କେନ୍ଦୁଝର ସାରୁକୁଦର ଜଙ୍ଗଲ ନିକଟରୁ ଆଉ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ୭ ତାରିଖରେ ତଳଚମ୍ପେଇରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା ।

ବିପଦରେ ଗଜରାଜ, ଗଲା ଆଉ ଏକ ହାତୀର ଜୀବନ

ପ୍ରକାଶ ଯେ, ଗତ ଏକ ମାସ ଭିତରେ ୪ ହାତୀଟିର ମୃତ୍ୟୁ ହୋଇ ସାରିଲାଣି । ଗତ ୭ ତାରିଖରେ ପାହାଡରୁ ଖସି ଏକ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ କହୁଥିବା ବେଳେ ମଙ୍ଗଳବାର ପୁଣି ସେହି ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତଦେହ ଠାବ ହେବା ଘଟଣାରେ ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତ ଜୁଲାଇ ୧୯ ତାରିଖରେ ସେହି ବିଜେପି ରେଞ୍ଜର ବାଂଶପାଳ ଅଞ୍ଚଳରେ ମା’ ହାତୀ ଓ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ତାହାର କାରଣ ଏ ପର୍ଯ୍ୟନ୍ତ ବନ ବିଭାଗ ଖୋଜି ପାଇବାରେ ସଫଳ ହୋଇ ନାହିଁ । ତେବେ ଏକ ମାସ ମଧ୍ୟରେ ୪ ହାତୀର ମୃତ୍ୟୁକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ହୋଇନାହିଁ ।

କେନ୍ଦୁଝରରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.