ETV Bharat / state

ଅକ୍ଟୋବର 2ରୁ କେନ୍ଦୁଝରରେ ସାଇବର କ୍ରାଇମ ସଚେତନତା ଅଭିଯାନ, 15 ଦିନ ଧରି ଜିଲ୍ଲାରେ ବୁଲିବ ରଥ

author img

By ETV Bharat Odisha Team

Published : Sep 29, 2023, 10:02 AM IST

ସାଇବର ଅପରାଧରୁ ବର୍ତ୍ତିବା ପାଇଁ କେନ୍ଦୁଝରରେ ଆରମ୍ଭ ହେବ ସଚେତନତା କାର୍ଯ୍ୟକ୍ରମ। ଅଧିକ ପନ୍ତୁ

Cyber crime awareness campaign
Cyber crime awareness campaign

Cyber crime awareness campaign

କେନ୍ଦୁଝର: ରାଜ୍ୟରେ ସାଇବର ଅପରାଧ ଉପରେ ରୋକ୍‌ ଲଗାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ସାଇବର ଅପରାଧରୁ କିପରି ଦୂରେଇ ରହି ସେନେଇ ଲୋକଙ୍କୁ ସଚେତନ କରୁଛି ପୋଲିସ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ସଚେତନତା ଅଭିଯାନ ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବା ନେଇ ଗୁରୁବାର ସୂଚନା ଦେଇଥିଲେ । ଅକ୍ଟୋବର 2 ତାରିଖରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ 15 ଦିନ ପର୍ଯ୍ୟନ୍ତ ଚାଲିବ ।

ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସାଇବର ଅପରାଧ କାର୍ଯ୍ୟକ୍ରମ ନେଇ ଲୋଗେ ଉନ୍ମୋଚନ କରିଥିଲେ । ସାଇବର ଠକ ମାନଙ୍କଠାରୁ କିଭଳି ଜିଲ୍ଲାର ସାଧାରଣ ଲୋକ ସୁରକ୍ଷା ପାଇବେ ସେଦିଗରେ ସମସ୍ତଙ୍କୁ ସଚେତନ ହେବାକୁ କହିବା ସହିତ ଗଣମାଧ୍ୟମ ଜରିଆରେ ଏହି ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ସହଯୋଗ ଲୋଡ଼ିଥିଲେ । ସାଧାରଣ ଲୋକମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବାପାଇଁ ଆଗେଇ ଆସୁଛନ୍ତି । ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଦଗଡୁ ସାଇବର ସତର୍କତା ବାର୍ତ୍ତାରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥିକ କାରବାର ସମୟରେ ସତର୍କତା , ଅନଲାଇନ୍‌ ସପିଂରେ ସତର୍କତା, ଲୋନ ଆପ୍‌ ଠକେଇ, ନିଯୁକ୍ତି ଠକେଇ ଉପରେ ଆଲୋଚନା କରିଥିଲେ । କୌଣସି ମୁହୂର୍ତ୍ତରେ ସାଇବର ଠକାମୀର ଶିକାର ହେଉଥିବା ଅନୁଭବ କଲେ ତୁରନ୍ତ ୧୯୩୦ ନମ୍ବରକୁ ଯୋଗାଯୋଗ କରି ପାରିବେ ବୋଲି ଆରକ୍ଷୀ ଅଧକ୍ଷକ ସୂଚନା ଦେଇଥିଲେ ।

ଗୁରୁବାର କଟକରେ ଓଡ଼ିଶା ପୋଲିସପକ୍ଷରୁ ସାଇବର ଅପରାଧ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍କୁଲ୍‌ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କଚୁ ସାଇବର ଅପରାଧଠାରୁ କିପରି ଦୂରେଇ ରହିବ ତାହା ଅବଗତ କରାଇବ ପୋଲିସ । ସବୁଠାରୁ ବଡ଼ କଥା ହେଉଛି ସ୍କୁଲ୍‌ ଛାତ୍ରଛାତ୍ରୀ ବି ଅଧିକାଂଶ ସମୟରେ ସାଇବର ଠକେଇର ଶିକାର ହେଉଛନ୍ତି । କାରଣ ସ୍କୁଲ୍‌ ଛାତ୍ରଛାତ୍ରୀ ଆଜିକାଲି ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି । ଆଉ ଭୁଲ ବଶତଃ ଏହାର ସଠିକ ବ୍ୟବହାର ନକରି ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି । ତେଣୁ ଏମାନେ ସଚେତନ କରିବା ଜୁରୁରୀ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.