ETV Bharat / state

ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁରରେ ବିଜେପିର ପଦଯାତ୍ରା

author img

By

Published : Dec 22, 2020, 6:11 PM IST

ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପଦଯାତ୍ରା, ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁରରେ ବିଜେପିର ପଦଯାତ୍ରା
ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁରରେ ବିଜେପିର ପଦଯାତ୍ରା

ଆନନ୍ଦପୁର: ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁର ନିର୍ବାଚନରେ ବିଜେପି ପକ୍ଷରୁ ପଦଯାତ୍ରା ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଯୋଗଦେଇ ବ୍ଳକ ଛକ ଠାରୁ କଚେରି ଛକ ଯାଏଁ ପଦଯାତ୍ରା କରିଥିଲେ ।

ପରୀକୁ ନ୍ୟାୟ ଦାବିରେ ଆନନ୍ଦପୁରରେ ବିଜେପିର ପଦଯାତ୍ରାପରୀକୁ ନ୍ୟାୟ ଦାବିରେ ଆନନ୍ଦପୁରରେ ବିଜେପିର ପଦଯାତ୍ରା

ରାଜ୍ୟରେ ଏପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ବ ନିଖୋଜ ଥିବା ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ବିଭାଗର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି । ନିଖୋଜ ଥିବା ଶିଶୁ ଉଦ୍ଧାର, ପରୀ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ଦଳ ପକ୍ଷରୁ ସହର ପରିକ୍ରମା କରାଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତି ଜେନା ଓ ବିଜେପି ନେତା ଭଗବାନ ସାହୁ, ଯଜ୍ଞ ପ୍ରସାଦ ସାହୁ ଯୋଗଦେଇ ଲୋକମାନଙ୍କୁ ସଚେତନ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.