ETV Bharat / state

ଆନନ୍ଦପୁରରେ ଆତଙ୍କ, ବନ କର୍ମଚାରୀଙ୍କ ବାଇକ ଟାଣିନେଲା ଭାଲୁ

author img

By

Published : Mar 20, 2021, 4:36 PM IST

ଜିଲ୍ଲାର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣା ବାନ୍ଧଗୋଡା ଗ୍ରାମରେ ଆଜି ଦିନ ଦ୍ବିପହରେ ଏକ ହିଂସ୍ର ଭାଲୁ ପଶି ଏଣେତେଣେ ବୁଲୁଥିବାର ଲୋକ ଦେଖିଥିଲେ । ଭୟରେ ଗାଁରେ ତାଟି କବାଟ ପକାଇ ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଭାଲୁ ଭୟରେ ଘର ଭିତରେ ପୁରୁଣା ବାନ୍ଧଗୋଡା ଗ୍ରାମବାସୀ
ଭାଲୁ ଭୟରେ ଘର ଭିତରେ ପୁରୁଣା ବାନ୍ଧଗୋଡା ଗ୍ରାମବାସୀ

ଆନନ୍ଦପୁର: ଜିଲ୍ଲାର ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣା ବାନ୍ଧଗୋଡା ଗ୍ରାମରେ ଆଜି ଦିନ ଦ୍ବିପହରେ ଏକ ହିଂସ୍ର ଭାଲୁ ପଶି ଏଣେତେଣେ ବୁଲୁଥିବାର ଅଞ୍ଚଳବାସୀ ଦେଖିଥିଲେ । ଭୟରେ ଗାଁରେ ତାଟି କବାଟ ପକାଇ ଦେଇଛନ୍ତି ଗ୍ରାମବାସୀ । ବନ ବିଭାଗ କର୍ମଚାରୀ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଠେଙ୍ଗା ବାଡି ବାଣ ଫୁଟାଇ ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ସମୟରେ ଭାଲୁ ଉତକ୍ଷିପ୍ତ ହୋଇ ଲୋକଙ୍କ ଉପରକୁ ଝାମ୍ପ ମାରିବା ସହ ରାସ୍ତା ଉପରେ ଥିବା ସ୍ଥାନୀୟ ଫରେଷ୍ଟ ଗାର୍ଡ ଅବିନାଶ ପରିଡାଙ୍କ ବାଇକକୁ କାମୁଡି ଖିନଭିନ କରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା ।

ଭାଲୁ ଭୟରେ ଘର ଭିତରେ ପୁରୁଣା ବାନ୍ଧଗୋଡା ଗ୍ରାମବାସୀ

ପରେ ଲୋକମାନେ କୋଳାହଳ କରିବାରୁ ଭାଲୁଟି ସ୍ଥାନିୟ ଝାଟିଆ ବୁଦା ଭିତରେ ଲୁଚି ରହିଥିଲା । ବନ ବିଭାଗ କର୍ମଚାରୀ ଭାଲୁଟିକୁ ଘଉଡାଇବାକୁ ଶତଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ବନ ବିଭାଗ କର୍ମଚାରୀ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ପୁରୁଣାବାନ୍ଧଗୋଡା ନଣ୍ତାବର ରାସ୍ତାକୁ ସିଲ କରି ସ୍ଥାନେ ସ୍ଥାନେ ନିଆଁ ଲଗାଇ ଜଗି ରହିଛନ୍ତି । ଭାଲୁ କିଛି କିଛି ସମୟ ବ୍ୟବଧାନରେ ଗର୍ଜନ କରୁଥିବା ଜଣା ପଡୁଛି ।

ବନବିଭାଗ କର୍ମଚାରୀଙ୍କ କହିବା ମୁତାବକ ଭାଲୁଟି ହୁଏତ ଅନ୍ୟ ଭାଲୁ ସହିତ ଆକ୍ରମଣ ଘଟାଇ ଆହତ ହୋଇ ଥାଇପାରେ । ଯାହାଦ୍ବାରା ସେ ଅଧିକ ହିଂସ୍ର ହୋଇ ଉଠିଛି । ଖବର ପାଇ ଆନନ୍ଦପୁର ସହକାରୀ ବନସଂରକ୍ଷକ ପ୍ରଫୁଲକୁମାର ମଲ୍ଲିକ, ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁମନ ମାଝୀ, ରାମଚନ୍ଦ୍ରପୁର ବନପାଳ ମଳୟକୁମାର ସାହୁ ସହ ଏକ ସ୍ବତନ୍ତ୍ର ଦଳ ପହଞ୍ଚି ଘଟଣା ସଂମ୍ପର୍କରେ ନଜର ରଖିଛନ୍ତି । ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଭାଲୁର ଗତିବିଧି ଉପରେ ସୂଚନା ପ୍ରଦାନ କରାଯାଉଥିବା ବେଳେ ଦୋକାନ ବଜାର ବନ୍ଦ ରହିବା ବେଳେ ଗାଁରେ ସଂଦ୍ଧ୍ୟା ପରେ ଏକୁଟିଆ ପଦାକୁ ନବାହାରିବାକୁ ପରାମର୍ଶ ଦିଆ ଯାଉଛି । ଗତ କିଛି ଦିନତଳେ ତିନୋଟି ଭାଲୁ ଗାଁ ଶିବ ମନ୍ଦିର ଉପରେ ଚଢି ମହୁ ଖାଇବା ସହ ସନ୍ଧ୍ୟା ସମୟରେ ଗାଁ ଦାଣ୍ତରେ ବୁଲୁଥିବା ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ଭୋଇଥିଲା । ଦିନଦିପ୍ରହରେ ଭାଲୁ ଗାଁଦାଣ୍ତରେ ବୁଲିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.