ETV Bharat / state

ବାତ୍ୟା ୟାସ ପାଇଁ କେନ୍ଦୁଝରରେ ପ୍ରସ୍ତୁତି, ୩୭୩୨ ସ୍ଥାନାନ୍ତର

author img

By

Published : May 26, 2021, 5:43 AM IST

କେନ୍ଦୁଝରର ୧୦ ବ୍ଲକର ସମୁଦାୟ ୩୭୩୨ ଜଣ ମଙ୍ଗଳବାର ସଂଧ୍ୟା 7ଟା ସୁଦ୍ଧା ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଥିବା ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ୟାସ ପାଇଁ କେନ୍ଦୁଝରରେ ପ୍ରସ୍ତୁତି , ୩୭୩୨ ସ୍ଥାନାନ୍ତର
ବାତ୍ୟା ୟାସ ପାଇଁ କେନ୍ଦୁଝରରେ ପ୍ରସ୍ତୁତି , ୩୭୩୨ ସ୍ଥାନାନ୍ତର

କେନ୍ଦୁଝର: ବାତ୍ୟା ୟାସକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । କେନ୍ଦୁଝରର ୧୦ ବ୍ଲକର ସମୁଦାୟ ୩,୭୩୨ ଜଣ ମଙ୍ଗଳବାର ସଂଧ୍ୟା 7ଟା ସୁଦ୍ଧା ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଥିବା ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।

ବାତ୍ୟା ୟାସ ପାଇଁ କେନ୍ଦୁଝରରେ ପ୍ରସ୍ତୁତି , ୩୭୩୨ ସ୍ଥାନାନ୍ତର

ଆନନ୍ଦପୁର ବ୍ଲକରେ ୧୩୩୨ , ହାଟଡିହି ବ୍ଲକରେ ୮୭୮ , ଘଷିପୁରା ବ୍ଲକରେ ୭୮୩ , ସାହାର ପଡ଼ା ବ୍ଲକରେ ୩୨୬ , ଘଟଗାଁ ବ୍ଲକରେ ୧୬୫, ପାଟଣା ବ୍ଲକରେ ୧୨୮ , ଝୁମୁରା ବ୍ଲକରେ ୧୨୦ ସ୍ଥାନାନ୍ତରଣ କରାଯାଇଛି । କିଛି ଜଣଙ୍କୁ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏବଂ ଅବଶିଷ୍ଟଙ୍କୁ ଅନ୍ୟ ସ୍ଥାନରେ ରଖା ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ‘ୟସ’ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାର ସମ୍ଭାବ୍ୟ କ୍ଷୟକ୍ଷତିକୁ ଦେଖି ପ୍ରଶାସନ ସଜାଗ ଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.