ETV Bharat / state

ଆସନ୍ତାକାଲି କେନ୍ଦ୍ରାପଡ଼ା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ କେନ୍ଦ୍ରୀୟ ଟିମ

author img

By

Published : Jun 7, 2021, 8:42 PM IST

ୟସ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି(ମଙ୍ଗଳବାର) କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ କେନ୍ଦ୍ରୀୟ ଦଳ । ଅଧିକ ପଢନ୍ତୁ...

ମଙ୍ଗଳବାର କେନ୍ଦ୍ରାପଡ଼ା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ କେନ୍ଦ୍ରୀୟ ଟିମ
ମଙ୍ଗଳବାର କେନ୍ଦ୍ରାପଡ଼ା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡ଼ା: ମଙ୍ଗଳବାର ବାତ୍ୟା ୟାସ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସୁଛନ୍ତି କେନ୍ଦ୍ରୀୟ ଦଳ । ସକାଳ ୮ ଘଟିକା ସମୟରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ବାହାରି ପୂର୍ବାହ୍ନ ୧୦ ଘଟିକାରେ ଡାଙ୍ଗମାଳ ଅତିଥି ଭବନରେ ପହଞ୍ଚିବା ସୂଚନା ରହିଛି। ଗସ୍ତ ସମୟରେ ରାଜକନିକା ବ୍ଲକରେ ହୋଇଥିବା ପନିପରିବା କ୍ଷୟକ୍ଷତି ଦେଖିବା ସହ ଖୋଳା-ନଳିତାପାଟିଆ ରାସ୍ତାର କ୍ଷତି ଦେଖିବ ଟିମ ବୋଲି ଯୋଜନା ରହିଛି ।

ମଙ୍ଗଳବାର କେନ୍ଦ୍ରାପଡ଼ା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ କେନ୍ଦ୍ରୀୟ ଟିମ

ଏଥିସହ ତାଳଚୁଆ, ରଂଗଣୀ, କୃଷ୍ଣନଗର ଆଦି ପଞ୍ଚାୟତ ବୁଲି ସମୀକ୍ଷା କରିବେ କେନ୍ଦ୍ରୀୟ ଦଳ। ବାତ୍ୟା ୧୩ ଦିନ ବିତିଯାଇଥିବାରୁ ଏହାର ସମୀକ୍ଷା ପାଇଁ ପ୍ରଶାସନ ନିକଟରେ ଥିବା ଭିଡିଓ ଫୁଟେଜ ଅଧିକାରୀ ମାନଙ୍କୁ ଦେଖାଯାଇ ସେମାନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଯିବ।

ଜିଲ୍ଲାରେ କ୍ଷୟକ୍ଷତି ୮୦-୯୦କୋଟି ଟଙ୍କାର ହୋଇଥିବା ବେଳେ ସାଲାଇନ ଏମବାକମେଣ୍ଟ ଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.