ETV Bharat / state

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ, ପୂଜା ଓ ଭସାଣିରେ ଅଶ୍ଳୀଳ ନାଚଗୀତ ବାରଣ

author img

By

Published : Sep 20, 2022, 7:54 AM IST

କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅସ୍ଥାୟୀ ବିସର୍ଜ୍ଜନ ଘାଟରେ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଉପଜିଲ୍ଲାପାଳଙ୍କ ଅନୁରୋଧ । ପୂଜା ଓ ଭସାଣି ସମୟରେ କୌଣସି ଅଶ୍ଳୀଳ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ, ପୂଜା ଓ ଭସାଣିରେ ଅଶ୍ଳୀଳ ଗୀତ ଓ ନୃତ୍ୟ ବାରଣ

କେନ୍ଦ୍ରାପଡ଼ା: ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୯ ତାରିଖରୁ ଏହି ପୂଜା ଆରମ୍ଭ ହୋଇ ସପ୍ତାହବ୍ୟାପୀ ଚାଲିବାକୁ ଥିବାବେଳେ ଜିଲ୍ଲାରେ ଏହି ପର୍ବର ନିଆରା ଭସାଣି ଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ । ପୌରପାଳିକା ପକ୍ଷରୁ ହୋଇଥିବା ଚାରୋଟି ଅସ୍ଥାୟୀ ବିସର୍ଜ୍ଜନ ଘାଟରେ ମୂର୍ତ୍ତି ଗୁଡିକୁ ବିସର୍ଜ୍ଜନ କରିବା ପାଇଁ ଉପଜିଲ୍ଲାପାଳଙ୍କ ଅନୁରୋଧ । ସେପଟେ ପୂଜା ଓ ଭସାଣି ସମୟରେ କୌଣସି ଅଶ୍ଳୀଳ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ।

ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଏନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଅକ୍ଟୋବର ୯ ତାରିଖରୁ ଏହି ଗଣପର୍ବ ଆରମ୍ଭ ହୋଇ ଜିଲ୍ଲାରେ ସପ୍ତାହବ୍ୟାପୀ ଚାଲିବ । ତେବେ ଏହି ପର୍ବର ନିଆରା ଭସାଣି ଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ । କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିବାରୁ ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର ୫୪ଟି ମେଢ଼ର କର୍ମକର୍ତ୍ତା, ସମସ୍ତ କାଉନସିଲର ଓ ପୌରାଧ୍ୟକ୍ଷାଙ୍କୁ ପୂଜା ପରିଚାଳନା ଦାୟିତ୍ବ ଦିଆଯାଇଛି । ବୈଠକରେ କେନ୍ଦ୍ରାପଡା ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବାବେଳେ, ପୂଜା ପୂର୍ବରୁ ସହରର ବିଭିନ୍ନ ଅବ୍ୟବସ୍ଥାକୁ ଦୂର କରିବାକୁ ଦାବି କରିଛନ୍ତି ବିଭିନ୍ନ ପୂଜା କମିଟି ।

ସହରର ବିପର୍ଯ୍ୟସ୍ତ ରାସ୍ତାର ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ସରୋବରାହ, ବାଇପାସ ଓ ଭିଆଇପି ରୋଡ଼ରେ ଥିବା ଖୁଣ୍ଟ ଗୁଡିକର ଲାଇଟ ମରାମତି, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ନିର୍ମାଣ ଉପରେ ଫୋକସ ଦେବାକୁ ଦାବି କରିଛନ୍ତି ପୂଜା କମିଟି ଗୁଡିକର କର୍ମକର୍ତ୍ତା । ଏହା ସହିତ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ମେଢ଼ ପାଖରେ ସିସିଟିଭି ଲଗାଇବା, ଲୁଟେରା ଓ ଡକାୟତଙ୍କ ପାଇଁ ବ୍ୟାପକ ପୋଲିସ ମୁତୟନ ବ୍ୟବସ୍ଥା କରି ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂଜା କମିଟି ଗୁଡିକୁ ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବାକୁ ବାରଣ କରାଯାଇଥିଲାବେଳେ, ସରକାରୀ ଅନୁମତି ଅନୁଯାୟୀ କମ ସଂଖ୍ୟକ ବକ୍ସ ଓ ସାଉଣ୍ଡ ବ୍ୟବହାର ପାଇଁ ଆହୁତ ପ୍ରସ୍ତାବକୁ ପୂଜା କମିଟି ଗୁଡିକ ଗ୍ରହଣ କରିଥିବା ଜଣାପଡ଼ିଛି ।

ତେବେ ଏହି ପୂଜା ଓ ଭସାଣି ସମୟରେ କୌଣସି ଅଶ୍ଳୀଳ ସଙ୍ଗୀତ ବାଜିବ ନାହିଁ । ଏହାସହିତ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ମଧ୍ୟ ପରିବେଷଣ କରାଯିବ ନାହିଁ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ସ୍ଥିର ହୋଇଛି । ତେବେ ପୂଜା ସମୟରେ ସହରକୁ ଆବର୍ଜନା ମୁକ୍ତ ରଖିବାକୁ ବିଶେଷ ଦୃଷ୍ଟି ଦିଆଯିବ । ଏହା ସହିତ ମୂର୍ତ୍ତି ବିସର୍ଜ୍ଜନ ପାଇଁ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଘାଟ ନିର୍ମାଣ କରାଯିବ । ତେବେ ଏହି ଅସ୍ଥାୟୀ ବିସର୍ଜ୍ଜନ ଘାଟରେ ମୂର୍ତ୍ତି ଗୁଡିକୁ ବିସର୍ଜ୍ଜନ କରିବା ପାଇଁ ସମସ୍ତ ପୂଜା କମିଟିକୁ ବୈଠକରେ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.