ETV Bharat / state

97.57% ନମ୍ବର ରଖି କେନ୍ଦ୍ରାପଡାରେ ଟପ୍ପର ହେଲେ ମୋନାଶ୍ରୀ

author img

By

Published : Jul 6, 2022, 10:15 PM IST

କେନ୍ଦ୍ରାପଡା ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଡେରାବିଶ୍ ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଶ୍ରୀ ବିଶ୍ୱାଳ । 600 ରୁ 585 ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ

97.57 ପ୍ରତିଶତ ନମ୍ବର ରଖି କେନ୍ଦ୍ରାପଡାରେ ଟପ୍ପର ହେଲେ ମୋନାଶ୍ରୀ
97.57 ପ୍ରତିଶତ ନମ୍ବର ରଖି କେନ୍ଦ୍ରାପଡାରେ ଟପ୍ପର ହେଲେ ମୋନାଶ୍ରୀ

କେନ୍ଦ୍ରାପଡା: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଡେରାବିଶ୍ ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଶ୍ରୀ ବିଶ୍ୱାଳ । ମୋନାଶ୍ରୀଙ୍କ ଜେଜେ ହରିଶ୍ଚନ୍ଦ୍ର ବିଶ୍ୱାଳ ଜଣେ ଘରୋଇ ଶିକ୍ଷକ । ସେହିପରି ବାପା ବିଚିତ୍ରାନନ୍ଦ ବିଶ୍ୱାଳ ଜଣେ କୃଷକ । ମୋନାଶ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ସର୍ବମୋଟ ନମ୍ବର 600 ରୁ 585 ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି।ସେ 97.57 ପ୍ରତିଶତ ନମ୍ବର ଆଣିଥିବା ବେଳେ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ମୋନାଶ୍ରୀ ଭବିଷ୍ୟତରେ ଜଣେ ଆଇଏଏସ ଅଧିକାରୀ ହେବାକୁ ଆଶା ରଖିଛନ୍ତି । ମୋନାଶ୍ରୀଙ୍କ ଏହି କୃତିତ୍ୱ ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.