ETV Bharat / state

ବହଢିଅ ହତ୍ୟାକାଣ୍ଡର ଆସିଲା ରାୟ: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୩ ସାଥୀ ଖଲାସ

author img

By ETV Bharat Odisha Team

Published : Jan 18, 2024, 10:23 PM IST

Bahadiha Murder case Verdict: ଚର୍ଚ୍ଚିତ "ବହଢିଅ ହତ୍ୟାକାଣ୍ଡ"ରେ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ରାୟ । ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ଅନ୍ୟ ତିନିଜଣ ନିର୍ଦ୍ଦୋଷରେ ହୋଇଛନ୍ତି ଖଲାସ । ଅଧିକ ପଢନ୍ତୁ

କୋର୍ଟରେ "ବହଢିଅ ହତ୍ୟାକାଣ୍ଡ" ଶୁଣାଣି, ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୩ ସାଥୀ ଖଲାସ

କେନ୍ଦ୍ରାପଡା: ଜିଲ୍ଲାର ବହୁ ଚର୍ଚ୍ଚିତ "ବହଢିଅ ହତ୍ୟାକାଣ୍ଡ" ଘଟଣାର ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାରେ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଅନ୍ୟ ତିନିଜଣ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଗତ 2014 ମସିହା ଏପ୍ରିଲ ମାସ 18 ତାରିଖରେ ହୋଇଥିଲା ଏହି ହତ୍ୟାକାଣ୍ଡ ।

ସୂଚନା ଅନୁସାରେ, ଘଟଣା ଦିନ ଆଳି ଥାନା ନିଆଳ ପଞ୍ଚାୟତ ବହଢିଅ ଗ୍ରାମର ମୃତକ ଅର୍ଜୁନ କୁମାର ରାଉତ ଏବଂ ତାଙ୍କ ପୁଅ ପ୍ରତାପ କୁମାର ରାଉତ ସେମାନଙ୍କ ଜଣେ ବନ୍ଧୁ ତରୁଣ କୁମାର ଜେନାଙ୍କୁ ଛାଡିବାକୁ ରାତି 8 ଘଟିକା ସମୟରେ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ସେହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାରୀ ଭାଗିରଥି ବାରିକ, ଲିଲିରାଣୀ ବାରିକ, ବିଦ୍ୟୁଲତା ବାରିକ ଓ ରତିକାନ୍ତ ମହାପାତ୍ର ପୂର୍ବ ଯୋଜନା ବଦ୍ଧ ମିଶିକରି ମାରଣାସ୍ତ୍ରରେ ଉଭୟ ଅର୍ଜୁନ ଏବଂ ପ୍ରତାପଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅର୍ଜୁନ କୁମାର ରାଉତ ରକ୍ତାକ୍ତ ହୋଇ ଗୁରୁତର ହୋଇଥିବା ବେଳେ ଆଘାତପ୍ରାପ୍ତ ପ୍ରତାପ ନିଜ ଜୀବନ ବଞ୍ଚାଇ ସେଠାରୁ ପଳାୟନ କରିଥିଲେ । ସ୍ଥାନୀୟ ଲୋକ ଅର୍ଜୁନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ମେଡିକାଲକୁ ନେବା ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପ୍ରତାପ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... କ୍ରେଡିଟ କାର୍ଡ ଅପଟେଡ ନାଁରେ ଚଳୁ କରୁଥିଲେ ଟଙ୍କା, 2 ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ

ଆଳି ପୋଲିସ ମାମଲା ରୁଜ୍ଜୁ କରି କେସ ନଂ-104/2014 ରେ ଭାଗିରଥିଙ୍କୁ ଗିରଫ କରିଥିଲା । ଏହାପରେ ଜି.ଆର କେସ ନଂ-164/2014 ରେ ମାମଲା ବିଚାର ଚାଲିଥିବା ବେଳେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଆଜି ଜିଲ୍ଲା ଦୌରାଜଜ ବିଶ୍ବଜିତ ମହାନ୍ତି ହତ୍ୟାକାରୀ ଭାଗିରଥି ବାରିକଙ୍କୁ ଦଫା ୩୦୨ ଅନୁସାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 5000 ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ 6 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଅଭିଯୁକ୍ତକୁ ଦଫା ୩୦୭ ଅନୁସାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା, ଦଫା ୫୦୬ ଓ ଆର୍ମସ ଆକ୍ଟ ଅନୁସାରେ ୨ ବର୍ଷ ଲେଖାଏଁ କାରାଦଣ୍ଡ ମିଳିଛି । ଏଥିସହ ଭାଗିରଥିଙ୍କ ସହଯୋଗୀ କୁହାଯାଉଥିବା ଲିଲିରାଣୀ ବାରିକ,ବିଦ୍ୟୁଲତା ବାରିକ ଏବଂ ରତିକାନ୍ତ ମହାପାତ୍ରଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ବିଚାରପତି ନିର୍ଦୋଷରେ ଖଲାସ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.