ETV Bharat / state

ଚିନ୍ତାରେ ଗୋବରୀ ପ୍ରଦୂଷଣ, ପୁନଃରୁଦ୍ଧାର ନାଁରେ ଠକେଇ କରୁଛି ସଂସ୍ଥା

author img

By

Published : Mar 10, 2021, 6:45 PM IST

Updated : Mar 10, 2021, 8:51 PM IST

କେନ୍ଦ୍ରାପଡ଼ା ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲ ଜଳ ହୋଇପଡିଛି ଦୂଷିତ। ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେହି ଆନ୍ତରିକତା ପ୍ରକାଶ କରିନାହାନ୍ତି। ଏନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷର ବହ୍ନି ଜଳୁଛି। ଅଧିକ ପଢନ୍ତୁ...

ଚିନ୍ତାରେ ଗୋବରୀ ପ୍ରଦୂଷଣ, ପୁନଃରୁଦ୍ଧାର ନାଁରେ ଠକେଇ କରୁଛି ସଂସ୍ଥା
ଚିନ୍ତାରେ ଗୋବରୀ ପ୍ରଦୂଷଣ, ପୁନଃରୁଦ୍ଧାର ନାଁରେ ଠକେଇ କରୁଛି ସଂସ୍ଥା

କେନ୍ଦ୍ରାପଡା: ଚିନ୍ତା ବଢ଼ାଉଛି ନଦୀ ପ୍ରଦୂଷଣ। କେନ୍ଦ୍ର ସରକାର ନଦୀ ସଫେଇ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଥିବା ବେଳେ ଏଗୁଡିକ କେନ୍ଦ୍ରାପଡ଼ା ଜିଲ୍ଲାରେ ଫଳଶୂନ୍ୟ ହୋଇପଡିଛି। ଗୋବରୀ ନଦୀ ଉପରେ ୨୦୦ଟି ପଞ୍ଚାୟତର ପ୍ରାୟ ୧୦ ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ ନଦୀ ଅବବାହିକାରେ ବେଆଇନ ଘର, ଦୋକାନଘର ନିର୍ମାଣ ସାଙ୍ଗକୁ ସହରର ଆବର୍ଜ୍ଜନା ଓ ଦୂଷିତ ପାଣି ନଦୀ ମଧ୍ୟକୁ ନିର୍ଗମନ ଫଳରେ ଏହା ଦିନକୁ ଦିନ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇପଡୁଛି।

୧୦୦ରୁ ୧୨୦କିମି ଦୀର୍ଘ ଗୋବରୀ ନଦୀ ପ୍ରତ୍ୟେକ କେନ୍ଦ୍ରାପଡ଼ିଆଙ୍କର ସ୍ୱାଭିମାନ ଓ ଆବଶ୍ୟକତା ହୋଇଥିବା ବେଳେ ନଦୀର ଉଭୟ ପାର୍ଶ୍ୱ ପୋତିହୋଇ ନଦୀର ଅବକ୍ଷୟ ଘଟୁଥିବା ବେଳେ ଏନେଇ ପ୍ରଶାସନ କିମ୍ବା ରାଜନେତା ମାନଙ୍କର ଦୃଷ୍ଟି ନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବି ପରେଶ ଦାଶ। ନଦୀର ପୁନଃରୁଦ୍ଧାର ଆବଶ୍ୟକୀୟ ହୋଇପଡିଥିବା ବେଳେ ପ୍ରଶାସନ କେବଳ ସୌନ୍ଦର୍ଯ୍ୟକରଣ ଉପରେ ମନୋନିବେଶ କରିବା ଏକ ଦୁଃଖର ବିଷୟ ବୋଲି କହିଛନ୍ତି ଶ୍ରୀ ଦାଶ।

ଏଥିସହିତ ଗତବର୍ଷ PMO ନିକଟରେ ସ୍ଥାନୀୟ ଗୁଲନଗର ଗ୍ରାମର ଜଣେ ସମାଜସେବୀ ଅଭିଯୋଗ କରିବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ଅଭିଯୋଗ କରିବା ପରେ ଗୋବରୀ ନଦୀର ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା। ହେଲେ ଏହି କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକଳ୍ପ ଅନୁସାରେ କାମ ହେଉନଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିଛନ୍ତି ଜିଲ୍ଲାବାସୀ।

ଗୋବରୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ନେଇ ପ୍ରଶାସନିକ ସ୍ଥାଣୁତା ବିରୋଧରେ ସ୍ଥାନୀୟ ଗୁଲନଗର ପଞ୍ଚାୟତ ଗୁଲନଗର ଗାଁର ପ୍ରକାଶ ଚନ୍ଦ୍ର ନାୟକ ଗତ ୨୧ ମେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇ-ମେଲ ମାଧ୍ୟମରେ ଏକ ଅଭିଯୋଗ ଦାୟର କରିଥିଲେ।

ଏହି ଅଭିଯୋଗ ପତ୍ରରେ ଗୋବରୀ କେନାଲ ଓ ନଦୀରେ ଲୋକମାନେ ଅଳିଆ ଆବର୍ଜ୍ଜନା ଫିଙ୍ଗୁଥିବା,ଡ୍ରେନ ପାଣି ଏହି ଜଳାଶୟ ଗୁଡିକରେ ମିଶୁଥିବା ବେଳେ ରାଜ୍ୟର ସର୍ଵ ପୁରାତନ ମ୍ୟୁନିସିପାଲିଟିର ଏଥିପ୍ରତି ନିଘା ନଥିବା ଦର୍ଶାଇଥିଲେ ଅଭିଯୋଗକାରୀ।

ଆହୁରି ମଧ୍ୟ ଏହି ଜଳାଶୟ ଦୁଇଟି ପୁର୍ବରୁ ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ରେଖା ଥିବା ବେଳେ ଲୋକମାନେ ଏହି ଗୋବରୀ କେନାଲ ଓ ନଦୀର ପାଣିକୁ ପିଇବା, ରୋଷେଇ କାର୍ଯ୍ୟରେ ଲଗାଇବା ଆଦି କାମ କରୁଥିବା ବେଳେ ବର୍ତ୍ତମାନ ଏହି ପାଣି ଏତେ ପରିମାଣରେ ପ୍ରଦୂଷିତ ହୋଇଛି ଯେ ଏଥିରେ ଗୋଡ଼ ବୁଡାଇବା ମୁସ୍କିଲ ହୋଇଡିଥିବା ଦର୍ଶାଇଥିଲେ ଶ୍ରୀ ନାୟକ। ତେବେ ଶ୍ରୀ ନାୟକଙ୍କ ଠାରୁ ଏଭଳି ଅଭିଯୋଗ ପାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗକୁ ଚିଠି କରାଯିବା

ଗତ ୨୦୨୦ ମସିହା ଜାନୁୟାରୀ ମାସ ୨୮ତାରିଖରେ ନିର୍ଦ୍ଦେଶକ ଜାତୀୟ ନଦୀ ସଂରକ୍ଷଣ(ଜଳଶକ୍ତି) ବିଭାଗର ଉପ ନିର୍ଦ୍ଦେଶକ ସଞ୍ଜୟ ସିଂହ କେନ୍ଦ୍ର ପ୍ରଦୂଷଣ ଓ ରାଜ୍ୟ ପ୍ରଦୂଷଣ ବୋର୍ଡକୁ କେନ୍ଦ୍ରାପଡ଼ା ସହରରେ ପ୍ରବାହିତ ଗୋବରୀ କେନାଲ ଓ ଗୋବରୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି। ସେନେଇ ଅଭିଯୋଗକାରୀଙ୍କୁ ସିଧାସଳଖ ରିପୋର୍ଟ ଦେବା ସହିତ ଏହାର ଏକ କପି ଜଳଶକ୍ତି ବିଭାଗକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଦ୍ୟାବଧି ଏନେଇ ହୋଇଥିବା କାମ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମାଜସେବୀ।

ଗୋବରୀ ନଦୀର ଏହି ପ୍ରଦୂଷଣ ବିଷୟରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ କହିବାନୁସାରେ ସ୍ୱଚ୍ଛତା ପାଇଁ ସମସ୍ତ କେନ୍ଦ୍ରାପଡ଼ାବାସୀ ଅଣ୍ଟା ଭିଡ଼ିବା ଆବଶ୍ୟକତା ରହିଛି,ବର୍ତ୍ତମାନ ଗୋବରୀ ନଦୀ ପାର୍ଶ୍ଵରେ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଉଛି ଓ ଏହା ସମ୍ପୂର୍ଣ୍ଣ ହେଲେ ସମସ୍ତେ ଗୋବରୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି କହିଛନ୍ତି।

ଅନ୍ୟପଟେ ମ୍ୟୁନିସିପାଲିଟି ଦ୍ୱାରା ପ୍ରଦୂଷଣକାରୀ ମାନଙ୍କ ବିରୋଧରେ ଠୋସ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଏପଟେ ସରପଞ୍ଚ ଏହି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ତେବେ ନଦୀ ସଫେଇ ନାମରେ ପୁଳାପୁଳା ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା କିପରି କାର୍ଯ୍ୟକାରୀ ହେବ ସେନେଇ ସମସ୍ତଙ୍କ ଅପେକ୍ଷା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 10, 2021, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.