ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ ବାନ୍ଧିଲା ଡେରାବିଶ ପୋଲିସ, ସପ୍ତାହେ ଧରି ଥିଲା ଫେରାର

author img

By

Published : Jul 31, 2023, 6:17 PM IST

Updated : Jul 31, 2023, 6:35 PM IST

ସପ୍ତାହେ ପରେ ନାବାଳିକା ଦୁଷ୍କର୍ମକାରୀକୁ ବାନ୍ଧିଲା ଡେରାବିଶ ପୋଲିସ । ଅଧିକ ପଢନ୍ତୁ

Kendrapara Derabis Police
Kendrapara Derabis Police

ନାବାଳିକା ଦୁଷ୍କର୍ମକାରୀକୁ ବାନ୍ଧିଲା ଡେରାବିଶ ପୋଲିସ, ସପ୍ତାହେ ଧରି ଥିଲା ଫେରାର

କେନ୍ଦ୍ରାପଡ଼ା: ନାବାଳିକା ଦୁଷ୍କର୍ମକାରୀକୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ । ୧୫ ବର୍ଷୀୟ ନାବାଳିକାଙ୍କୁ ଏକାନ୍ତରେ ପାଇ ବିଭିନ୍ନ ପ୍ରକାର ଧମକଚମକ ଦେଖାଇ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ତେବେ ଏହି ଅଭିଯୁକ୍ତ ଜଣକ ସପ୍ତାହେ ଧରି ଫେରାର ଥିବା ବେଳେ ଶେଷରେ ପୋଲିସ ହାତରେ ଧରାପଡ଼ିଛି । ଅଭିଯୁକ୍ତକୁ କାବୁ କରିବା ପରେ ଡେରାବିଶ ଥାନା ପୋଲିସ ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଡେରାବିଶ ଥାନା ଅଧୀନ ଏକ ଗାଁରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ଗାଁ ପାଖରେ ରହୁଥିବା କୁଳମଣି ସାମଲ ନାମକ ଜଣେ ଯୁବକ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ କାହାକୁ କହିଲେ ପରିବାରର ସମସ୍ତଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ତେବେ କିଛି ଦିନ ପରେ ନାବାଳିକାଙ୍କ ଦେହ ଅସୁସ୍ଥ ରହିବା ଦେଖି ନାବାଳିକାର ମାଆ ତାଙ୍କୁ ଗତ ୨୬ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲେ ନାବାଳିକା ।

ଏହା ବି ପଢନ୍ତୁ- ନକଲି ପୋଲିସର ଧରାପଡ଼ିଲା ଅସଲ ଖେଳ, ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଅଭିଯୁକ୍ତ କୁଳମଣି ଘର ଆଗରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରୁଥିବା ଓ ଏ ଘଟଣା ସମ୍ପର୍କରେ କାହା ଆଗରେ କହିଲେ ପରିବାର ସଦସ୍ୟଙ୍କୁ ମାରି ଦେଵାକୁ ଧମକ ଦେଉଥିବା ନାବାଳିକା ଜଣକ ନିଜ ମା'ଙ୍କୁ ଜଣାଇଥିଲେ । ପରେ ନାବଳିକାଙ୍କ ମାଆ ଡେରାବିଶ ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଛି । ତେବେ ମାମଲାର ଦାୟିତ୍ବ ଏଏସଆଇ ରମେଶ ଚନ୍ଦ୍ର ସେଠୀଙ୍କୁ ଦିଆଯାଇଥିବା ବେଳେ ସେ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ୨୨୧/୨୩ରେ ଏତଲା ରୁଜୁ କରିବା ସହ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(୩)/୩୭୬(୨)/୫୦୬/୩୪/ ୬ ଲଗାଇଥିଲେ ।

ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି କରିବାର ୭ ଦିନ ପରେ ଫେରାର ଅଭିଯୁକ୍ତ ଧରାପଡ଼ିଛି । ଗତକାଲି ଅଭିଯୁକ୍ତ ପୁଣି ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଛତା ଛକ ନିକଟରୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡେରାବିଶ ଥାନା ଅଧିକାରୀ କିଶୋର କୁମାର ତରାଇ । ଅନ୍ୟପଟେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ଅଢ଼ଙ୍ଗା ଗ୍ରାମରୁ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏହାପରେ ସଦର ଥାନା ଅଞ୍ଚଳର ଜଣେ ନକଲି 420 ପୋଲିସକୁ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jul 31, 2023, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.