ETV Bharat / state

ଚଳିତ ବର୍ଷ ସୁଦ୍ଧା କେନ୍ଦ୍ରାପଡା ଦେଖିବ ବୃହତ ଶିଳ୍ପ, ଜମି ଚିହ୍ନଟ କଲେ ମନ୍ତ୍ରୀ

author img

By

Published : Feb 4, 2023, 10:39 AM IST

ଚଳିତ ବର୍ଷ ଶେଷ ସୁଦ୍ଧା ବୃହତ ଶିଳ୍ପ ଦେଖିବ କେନ୍ଦ୍ରାପଡ଼ା । ଏଥିପାଇଁ ଜମି ଚିହ୍ନଟ ସହ ସମୀକ୍ଷା କଲେ ଶିଳ୍ପ ମନ୍ତ୍ରୀ ଓ ଅଧିକାରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଠକ
କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଠକ

କେନ୍ଦ୍ରାପଡା ଦେଖିବ ବୃହତ ଶିଳ୍ପ

କେନ୍ଦ୍ରାପଡା: ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା ଜିଲ୍ଲା । ଚଳିତ ବର୍ଷ ଶେଷ ସୁଦ୍ଧା ଏଠାରେ ବୃହତ୍ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ହେବ । ଆଲୁମିନିୟମ ଠାରୁ ଆରମ୍ଭ କରି ଲୁହାରଡ୍ ପର୍ଯ୍ୟନ୍ତ ଯେକୌଣସି ଶିଳ୍ପ ସଂସ୍ଥା କେନ୍ଦ୍ରାପଡା ଜିଲ୍ଲାରେ ଏହାର ଉତ୍ପାଦନ ୟୁନିଟ ଖୋଲିବା ପାଇଁ ଦେଲେ ତାହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏଯାବତ ୧୭ଟି ଶିଳ୍ପ ସଂସ୍ଥା କେନ୍ଦ୍ରାପଡ଼ା ଜିଲ୍ଲାରେ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ହେଭିୱେଟ ତଥା ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଶିଳ୍ପ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ବସିଥିଲା । ଏଥିରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇ ଜିଲ୍ଲାରେ ଶିଳ୍ପର ନୂତନ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ମାସ ସମୟ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡଷ୍ଟ୍ରିଆଲ ବେଲ୍ଟର ପରିକଳ୍ପନା କରାଯାଇ ଜାତୀୟ ରାଜପଥ ପାର୍ଶ୍ଵ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ । ଭିତ୍ତିଭୂମି ବିକାଶ ସହ ବିଦ୍ୟୁତ୍‌ ଯୋଗାଣ, ସଡକ ନିର୍ମାଣ, ମାନବ ସମ୍ବଳ ପରିଚାଳନା ନେଇ ନକ୍ସା ପ୍ରସ୍ତୁତ କରାଯାଇଛି । ଶିଳ୍ପ ବିହୀନ ଜିଲ୍ଲାର ଦୁର୍ନାମ କେନ୍ଦ୍ରାପଡା ଜିଲ୍ଲା ଚଳିତ ବର୍ଷ ଶେଷ ସୁଦ୍ଧା ଶିଳ୍ପ ଦେଖିବ ।

ଏହାମଧ୍ୟ ପଢନ୍ତୁ: Adani Group Issue: ୬ରେ ଏଲଆଇସି ଓ ଏସବିଆଇ ଅଫିସ ଆଗରେ ଗର୍ଜିବ କଂଗ୍ରେସ

ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ ଜେନେରାଲ ମ୍ୟାନେଜର ଭୁପିନ୍ଦର ସିଂହ ପୁନିଆ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ । ତେବେ ବୈଠକ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଓ ବିଭାଗୀୟ ଅଧିକାରୀ ଡେରାବିଶ୍ ବ୍ଲକର ରଘୁଦେଇପୁର ଯାଇ ସେଠାରେ ଭିତ୍ତିଭୂମି ପାଇଁ ସ୍ଥାନ ଚିହ୍ନଟ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.