ETV Bharat / state

ହୁତୁହୁତୁ ଜଳିଲା ଡ୍ରେସ ସୋ’ ରୁମ, ଲକ୍ଷାଧିକ ସମ୍ପତ୍ତି ପାଉଁଶ

author img

By

Published : May 24, 2023, 1:44 PM IST

Updated : May 24, 2023, 2:03 PM IST

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ଅଗ୍ନିକାଣ୍ଡ । ନିଆଁ ଲାଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ

ନିଆଁରେ ଜଳୁଛି ସୋରୁମ
ନିଆଁରେ ଜଳୁଛି ସୋରୁମ

ନିଆଁରେ ଜଳୁଛି ସୋରୁମ

କେନ୍ଦ୍ରାପଡା: ଆଳି ନୂଆବଜାରରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର କପଡା । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ମିଶି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ସୂଚନା ମୁତାବକ, କେନ୍ଦ୍ରାପଡା ଆଳି ବଡ଼ ବଜାରରେ ଥିବା ରଞ୍ଜିତ ବେହେରାଙ୍କ ନିଉ ଟେଣ୍ଡ ଲୁଗା ଦୋକାନରେ ଗତକାଲି ବିଳମ୍ୱିତ ରାତିରୁ ନିଆଁ ଲାଗିଥିଲା । ତେବେ କିଭଳି ଏପରି ନିଆଁ ଲାଗିଛି ଜଣା ପଡ଼ିନଥିବା ବେଳେ କେହି ଦୁର୍ବୃତ୍ତ ଦୋକାନ ସଟର ଭାଙ୍ଗି ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ଦୋକାନ ମାଲିକ ଓ କର୍ମଚାରୀ । ସେପଟେ ବର୍ତ୍ତମାନ ସୁଦ୍ଧା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ନ ଥିବାବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ମଧ୍ୟ ସଠିକ ଆକଳନ କରିବା ସମ୍ଭବପର ହୋଇପାରିନି । ତେବେ ଜିଲ୍ଲାର ଆଳି,ରାଜକନିକା ଓ ପଟ୍ଟାମୁଣ୍ଡାଇ ଭଳି ତିନୋଟି ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି ।

ଆଜି ସକାଳ ସମୟରେ ଆଳି ଅଗ୍ନିଶମ ବିଭାଗ ପକ୍ଷରୁ ଖବର ପାଇ ରାଜକନିକା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ନିଆଁରେ ସୋରୁମର ଅନେକ ଶାଢ଼ୀ, ଡ୍ରେସ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ସୋରୁମ ନିକଟବର୍ତ୍ତୀ ସ୍ଥାନରେ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା କାରଣରୁ ନିଆଁ ଲିଭାଇବା ଓ ଏହାକୁ ବ୍ୟାପିବାରୁ ରୋକିବା ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆପାତତଃ ୨୦ଜଣ ଅଗ୍ନିଶମ ଅଧିକାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାପଡ଼ିଛି । ସୋରୁମ ତଳ ଭାଗ ଘରେ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଏକ ସପିଂ ମଲ ଥିବା ବେଳେ ନିଆଁ ବ୍ୟାପିବା ଆଶଙ୍କାରେ ରହିଛନ୍ତି ମଲ କର୍ମଚାରୀ ଓ ସାଧାରଣ ଲୋକେ । ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରି ଏହି ସୋରୁମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି କହିବା ଅସମ୍ଭବ ।

ପ୍ରକାଶ ଥାଉକି, ସେହିପରି ଗତକାଲି ପାତ୍ରପଡ଼ା ସ୍ଥିତ ଭି୨ ମଲରେ ଅଗ୍ନିକାଣ୍ଡ ଘଟିଥିଲା । ତିନିମହଲା ବିଶିଷ୍ଟ ମଲରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖବର ପାଇ ପାତ୍ରପଡ଼ା ଫାୟାର ଷ୍ଟେସନ କର୍ମଚାରୀ ସମେତ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଥିଲେ । ଭିତରେ କଣ୍ଢେଇ ଓ ଡ୍ରେସ୍ ମାଟେରିଆଲ ଯୋଗୁଁ ନିଆଁ ବ୍ୟାପିଥିବା ଜଣାପଡ଼ିଥିବା ବେଳେ ସେପଟେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : May 24, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.