ETV Bharat / state

ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ

author img

By

Published : Feb 28, 2021, 9:38 PM IST

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ସୋସାଇଟି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ପଡି ରହିଛି ଶହ ଶହ କ୍ବିଣ୍ଟାଲ ଧାନ । ଗଣଧାରଣା ଦେଲେ ଚାଷୀ । ଅଧିକ ପଢନ୍ତୁ...

ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ
ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ସୋସାଇଟି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଚାଷୀଙ୍କ ଶହ ଶହ କ୍ୱିଣ୍ଟାଲ ଧାନ ପଡିରହିଛି । ହେଲେ ସରକାରୀ ଭାବେ ଧାନ ସଂଗ୍ରହ ହୋଇପାରୁନାହିଁ । ଟୋକନ ନେଇ ମଧ୍ୟ ଚାଷୀ ହତାଶ ହେଉଛନ୍ତି । ନିକଟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସାନଜରିଆ ଗସ୍ତରେ ଆସିଥିବାବେଳେ ଚାଷୀମାନେ ଅଭିନଵ ଉପାୟରେ ଧାନ ବସ୍ତା ମୁଣ୍ଡରେ ଲଦି ତାଙ୍କୁ ବିରୋଧ କରିଥିଲେ । ଏହି ଅବ୍ୟବସ୍ଥା ସମ୍ପର୍କରେ ଅବଗତ ହେବାପରେ ସଞ୍ଜୟ ଦାସବର୍ମା ସମସ୍ତ ଚାଷୀମାନଙ୍କ ଧାନ ତୁରନ୍ତ ଉଠାଇବା ପାଇଁ ସୋସାଇଟି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ

ମାତ୍ର ପରବର୍ତ୍ତୀ ସମୟରେ ଟାର୍ଗେଟ ବଢିଥିଲେ ମଧ୍ୟ ଧାନ ସଂଗ୍ରହ କରାଯାଉନଥିବାରୁ ଧାନଗୁଡିକ ଖରା କାକରରେ ସୋସାଇଟି ସମ୍ମୁଖରେ ପଡିରହିଛି । ଏଭଳି ସ୍ଥିତିରେ ଚାଷୀମାନେ ଅତିଷ୍ଠ ହୋଇ ରବିବାର ସୋସାଇଟି ସମ୍ମୁଖରେ ଧାନ ନ ଉଠିବା ପ୍ରତିବାଦରେ ଗଣଧାରଣା ଦେଇଛନ୍ତି । ଅନ୍ୟପଟେ ତୁରନ୍ତ ମଣ୍ଡିରୁ ଧାନ ନ ଉଠିଲେ ଧାନ ବସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦେବେ ବୋଲି କହିଛନ୍ତି ଚାଷୀକୂଳ । ଅନ୍ୟପକ୍ଷେ ଆବଶ୍ୟକ ଟାର୍ଗେଟ ନଥିବାରୁ ଧାନ ଉଠିପାରୁ ନଥିବା କହିଛନ୍ତି ସୋସାଇଟି ସମ୍ପାଦକ ବିଜୟ ବେହେରା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.