ETV Bharat / state

ୟସ ମୁକାବିଲା, କେନ୍ଦ୍ରାପଡ଼ା ସମୀକ୍ଷା କଲେ ବରିଷ୍ଠ ଆଇଏଏସ

author img

By

Published : May 24, 2021, 11:03 PM IST

ଉପକୂଳବର୍ତ୍ତୀ ୪ଟି ଜିଲ୍ଲାରେ ବାତ୍ୟା ୟସ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକଳନ କରିଛନ୍ତି ସରକାର । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ରାପଡା ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଓ ପୋଲିସ ଡିଜିପି ଶ୍ରୀ ଅଭୟ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

Cyclone Yaas highlevel meeting in kendrapada
ବାତ୍ୟା ୟସ ମୁକାବିଲା: କେନ୍ଦ୍ରାପଡ଼ା ଜିଲ୍ଲାର ସମୀକ୍ଷା କଲେ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ

କେନ୍ଦ୍ରାପଡା: ଉପକୂଳ ମୁହାଁ ବାତ୍ୟା ୟସ। ୪ଟି ଜିଲ୍ଲାରେ ୟସ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକଳନ କରିବା ପରେ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ଘନଘନ ବୈଠକ ହୋଇଛି। ଜିରୋ କାଜୁଆଲିଟି ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ପରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଆଜି ଅପରାହ୍ନରେ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ସମୀକ୍ଷା ବୈଠକ କରିବା ପରେ ସନ୍ଧ୍ୟାରେ ପୋଲିସ ମହା ନିର୍ଦ୍ଦେଶକ ଅଭୟଙ୍କ ସମୀକ୍ଷା ଜିଲ୍ଲାରେ ମହମାରୀରେ ମହାବିପତ୍ତି ଉପରେ ରୋକ ଲଗାଇବା ପାଇଁ ଯଥେଷ୍ଟ ଆତ୍ମବିଶ୍ବାସ ଯୋଗାଇବ।

ବାତ୍ୟା ୟସ ମୁକାବିଲା: କେନ୍ଦ୍ରାପଡ଼ା ଜିଲ୍ଲାର ସମୀକ୍ଷା କଲେ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ

କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ତଥା କେନ୍ଦ୍ରାପଡ଼ା ଜିଲ୍ଲାର କୋଭିଡ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଦାୟିତ୍ବରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା କେନ୍ଦ୍ରାପଡାରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତ ମାନଙ୍କୁ ସମସ୍ତ ପ୍ରକାର ସୁଵିଧା ଯୋଗାଇଦେବା ନେଇ ସମୀକ୍ଷା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବାତ୍ୟା ଆଶ୍ରୟ ସ୍ଥଳୀରେ ସମସ୍ତ ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ତେବେ କୋଭିଡ଼ ପାଇଁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ସ୍ଥାନାନ୍ତର ସମୟରେ ମାସ୍କ ବଣ୍ଟନ ଏବଂ ସାନିଟାଇଜର ବାଧ୍ୟତାମୂଳକ ଯୋଗାଇ ଦିଆଯିବ । ତଳିଆ ଅଞ୍ଚଳରେ କେହିଜଣେ ବିପଦପୂର୍ଣ୍ଣ ଘରେ ରହିବେ ନାହିଁ , ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ। ବାତ୍ୟା ସମୟରେ ଧନଜୀବନ ହାନି ନ ହେବା ନେଇ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବା ନେଇ ମଧ୍ୟ ଗୁରୁତ୍ବ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ସମେତ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଓ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ବାତ୍ୟା ୟସ ପାଇଁ ସଜାଗ ରାଜ୍ୟ ସରକାର। ଆଜି ସନ୍ଧ୍ୟାରେ ପୋଲିସ ମହାନିର୍ଦ୍ଦେଶକ ଏମ.ଅଭୟ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ୟାସ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ପ୍ରଶଂସା କରିବା ସହ ଜିରୋ କ୍ୟାଜୁଆଲିଟି ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନର ବ୍ଲୁ ପ୍ରିଣ୍ଟ ଜିରୋ କ୍ୟାଜୁଆଲିଟି ଅନୁଯାୟୀ କରାଯାଇଛି ଯାହାକୁ ପ୍ରଶଂସା କରିଛନ୍ତି ଡିଜିପି।ଜିଲ୍ଲାକୁ ଅଧିକ ପରିମାଣର ଓଡ୍ରାଫ, NDRF କର୍ମଚାରୀ ପଠାଯିବା ସହ ପୋଲିସ,ଜିଲ୍ଲା ପ୍ରଶାସନ କରିଥିବା ବ୍ୟବସ୍ଥା ଅନୁଯାୟୀ ସଠିକ ଭାବରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବ ଏବଂ ପ୍ରତିକୂଳ ପରିସ୍ଥିତିକୁ ପୋଲିସ ଦୃଢ଼ ଭାବରେ ସାମ୍ନା କରିବ ବୋଲି କହିଛନ୍ତି ଡିଜିପି । ସେହିପରି ଖୁବଶୀଘ୍ର ରିଷ୍ଟୋରେସନ କାର୍ଯ୍ୟ ମଧ୍ୟ କରାଯିବ ଏବଂ ଜିଲାପାଳ ଓ ଏସପି କରିଥିବା ଯୋଜନା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି । ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପରେ କିପରି ଏହା କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.