ETV Bharat / state

Attack on Police: ୨ ଦୁର୍ବୃତ୍ତଙ୍କୁ ଉଠାଇନେଲା ପୋଲିସ, ପ୍ରତିବାଦରେ BJPର ଧାରଣା

author img

By

Published : Feb 21, 2022, 7:06 PM IST

କେନ୍ଦ୍ରାପଡ଼ାରେ ଭୋଟିଂ ବେଳେ ପୋଲିସକୁ ଆକ୍ରମଣ ଘଟଣା । ପୋଲିସ ୨ ଜଣଙ୍କୁ ଉଠାଇନେବା ପରେ ଥାନା ଆଗରେ ଧାରଣା ଦେଲା ବିଜେପି । ଅଧିକ ପଢନ୍ତୁ

Attack on Police: ୨ ଦୁର୍ବୃତ୍ତଙ୍କୁ ଉଠାଇନେଲା ପୋଲିସ, ପ୍ରତିବାଦରେ BJPର ଧାରଣା
Attack on Police: ୨ ଦୁର୍ବୃତ୍ତଙ୍କୁ ଉଠାଇନେଲା ପୋଲିସ, ପ୍ରତିବାଦରେ BJPର ଧାରଣା

କେନ୍ଦ୍ରାପଡ଼ା: ରାଜନଗର ବ୍ଲକରେ ଗତକାଲି ମତଦାନ ସମୟରେ ପୋଲିସ ଓ ଜନତା ମୁହାଁମୁହିଁ ଘଟଣାରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଘଟଣାରେ ୨ ଦୁର୍ବୃତ୍ତଙ୍କୁ ପୋଲିସ ଉଠାଇ ନେଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଥାନା ସମ୍ମୁଖରେ ଶତାଧିକ ପୋଲିସ କର୍ମୀ ଧାରଣା ଦେଇଥିବା ଜଣାପଡ଼ିଛି ।

Attack on Police: ୨ ଦୁର୍ବୃତ୍ତଙ୍କୁ ଉଠାଇନେଲା ପୋଲିସ, ପ୍ରତିବାଦରେ BJPର ଧାରଣା

ଗତକାଲି(ରବିବାର) ରାଜନଗର ବ୍ଲକ ଡେରା ପଞ୍ଚାୟତରେ ଘଟିଥିବା ନିର୍ବାଚନୀ ହିଂସାରେ ପୋଲିସ ASI ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଘଟଣାରେ ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ଆଣିଥିଲା। ଆଜି ଦୁଇ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ପାଇଁ ନେବା ସମୟରେ ଥାନା ସମ୍ମୁଖରେ ପୋଲିସ ଗାଡି ଆଗରେ ଶତାଧିକ ବିଜେପି କର୍ମୀ ବସି ରହିବା ସହ ହୋହାଲ୍ଲା କରୁଛନ୍ତି । ଅଟକ ରହିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ କ୍ରିଷ୍ଣା ବେହେରା ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ: Poll Violence In Kendrapara: ପୋଲିସକୁ ପିଟିଲେ ଲୋକେ, ବନ୍ଧୁକ ଦେଖାଇଲେ SI

ତେବେ ସୂଚନା ଥାଉ କି ରାଜନଗର ବ୍ଲକ ଗୋଖଣି ବିଦ୍ୟାଳୟରେ ବୁଥ ରିଗିଂ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ନିଜ ପୋଲିସ ଫୋର୍ସ ଧରି ଯାଇଥିଲେ । ସେଠାରେ ଜଣେ ନାବାଳକ ଏଜେଣ୍ଟ ସାଜି ବୁଥ ମଧ୍ୟରେ ବସିଥିବା ଜାଣିବା ପରେ ହଠାତ ଭୋଟରଙ୍କ ଉପରେ ଲାଠିଚାଳନା କରିଥିଲେ ପୋଲିସ । ଏହାପରେ ଜନତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.