ETV Bharat / state

Matric Results: କନ୍ଧମାଳରେ ସର୍ବୋଚ୍ଚ ନମ୍ବର ରଖିଲେ ତନୁଶ୍ରୀ

author img

By

Published : Jul 7, 2022, 8:50 AM IST

କନ୍ଧମାଳ ଜିଲ୍ଲାରେ ପାସ୍ ହାର ୮୯.୯୪ ପ୍ରତିଶତ ରହିଛି । ଜିଲ୍ଲାରେ ତନୁଶ୍ରୀ ଆଚାର୍ଯ୍ୟ ୫୮୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଶ୍ରାବଣୀ ଦାସ ୫୭୮ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢନ୍ତୁ

Matric Results : କନ୍ଧମାଳରେ ସର୍ବୋଚ୍ଚ ନମ୍ବର ରଖିଲେ ତନୁଶ୍ରୀ
Matric Results : କନ୍ଧମାଳରେ ସର୍ବୋଚ୍ଚ ନମ୍ବର ରଖିଲେ ତନୁଶ୍ରୀ

ଫୁଲବାଣୀ: ପ୍ରକାଶ ପାଇଛି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ । ତେବେ କନ୍ଧମାଳ ଜିଲ୍ଲାରେ ପାସ୍ ହାର ୮୯.୯୪ ପ୍ରତିଶତ ରହିଛି । ଜିଲ୍ଲାରେ ତନୁଶ୍ରୀ ଆଚାର୍ଯ୍ୟ ୫୮୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଶ୍ରାବଣୀ ଦାସ ୫୭୮ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏ-୧ ଗ୍ରେଡରେ ୨୬ ଜଣ, ଏ-୨ରେ ୫୭୧, ବି-୧ରେ ୧୯୨୬, ବି-୨ରେ ୨୭୪୩ , ସିରେ ୩୦୯୬, ଡିରେ ୧୩୯୩, ଇ ରେ ୧୯୮ ଜଣ ଓ ଏଫ ଗ୍ରେଡରେ ୧୦୮ ଜଣ ରହିଛନ୍ତି । ଜିଲ୍ଲାର ୨୦୫ଟି ଉଚ୍ଚ ବିଦ୍ୟାଳୟର ମୋଟ ୧୧ ହଜାର ୬୬ ଜଣ ପରିକ୍ଷାର୍ଥୀ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦୦୫ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ମୋଟ ୧୦ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ୪୫୦୭ ଜଣ ଛାତ୍ର ଏବଂ ୫୪୪୬ ଜଣ ଛାତ୍ରୀ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରମାନଙ୍କ ଠାରୁ ଛାତ୍ରୀମାନଙ୍କ ସଫଳତା ହାର ଅଧିକ ରହିଛି ।


ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.