ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଜେଲ

author img

By

Published : Jan 7, 2023, 1:42 PM IST

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲେ ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ । ଏହାସହ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା
ନାବାଳିକା ଦୁଷ୍କର୍ମ ମାମଲା

ଫୁଲବାଣୀ: କନ୍ଧମାଳର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ । ଏହି ଘଟଣାରେ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ଅଞ୍ଚଳର ଲିପୁନ ନାୟକ (୨୪) । ଏଥି ସହ ଅଭିଯୁକ୍ତକୁ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ବିଚାରପତି ।

ଏହା ମଧ୍ୟ ପଢନ୍ତୁ: ପୃଥିବୀକୁ ଫେରୁଛି ନାସାର 40 ବର୍ଷର ପୁରୁଣା ଉପଗ୍ରହ, ଜାଣନ୍ତୁ ରହିଛି କି ବିପଦ

ସୂଚନା ଅନୁସାରେ ଗତ ୨୦୧୭ ଜୁନ ୨୮ ତାରିଖ ସନ୍ଧ୍ୟାରେ ୧୫ ବର୍ଷର ନାବାଳିକା ଜଣକ ବାପାଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ । ତାଙ୍କ ପିତା ଭିନ୍ନକ୍ଷମ ହୋଇଥିବାରି ସେ ବାପାଙ୍କ ଠାରୁ ଆଗରେ ଚାଲୁଥିଲେ । ଦୁଇ ଅଭିଯୁକ୍ତ ଏହାର ସୁଯୋଗ ନେଇ ପୀଡିତାକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ବାପା ନିଜେ ଝିଅକୁ ଉଦ୍ଧାର କରି ନ ପାରି ଗାଆଁ ଲୋକ ମାନଙ୍କୁ ଖବର ଦେଇଥିଲେ । ଗାଆଁ ଲୋକ ଆସି ତାଙ୍କୁ ଅଭିଯୁକ୍ତ ମାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏ ସଂକ୍ରାନ୍ତରେ ପୀଡିତାଙ୍କ ବାପା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ୮୫/୧୮ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତରେ ହାଜର କରିଥିଲେ । ବିଚାରପତି ୧୩ ଜଣ ସାକ୍ଷୀ ଓ ଡ଼ାକ୍ତରୀ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାର ଅନ୍ୟ ଅଭିଯୁକ୍ତ ଜଣକ ନାବାଳକ ଅଟନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.