ETV Bharat / state

ଫିରିଙ୍ଗିଆରୁ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Mar 11, 2023, 7:58 AM IST

କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳରୁ ୧୨୦ କେଜି ଗଞ୍ଜେଇ ଜବତ । ୩ ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଫିରିଙ୍ଗିଆରୁ ୧୨୦ କେଜି ଗଞ୍ଜେଇ ଜବତ
ଫିରିଙ୍ଗିଆରୁ ୧୨୦ କେଜି ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ କିଛି ଦିନ ହେଲା ଗଞ୍ଜେଇ କାରବାର ବଢିବାରେ ଲାଗିଛି । ଗଞ୍ଜେଇ ମାଫିଆମାନଙ୍କ ଚରାଭୂଇଁ ପାଲଟିଛି ଏହି ଅଞ୍ଚଳ । ଏହା ଉପରେ ରୋକ ଲଗାଇବାକୁ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ କରିବା ଜବତ ସହ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରୁଥିଲେ ହେଁ ଏହି ବେଆଇନ କାରବାର ଥମିବାର ନାଁ ନେଉନି । ଗତକାଲି ପୋଲିସ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଙ୍ଗା ପୋଲ ନିକଟରୁ ପୁଣିଥରେ ୧୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହି ମାମଲା ତିନି ଜଣ ଗିରଫ ହୋଇଛନ୍ତି ।

ଏହି ଅଭିଯୁକ୍ତମାନେ ହେଲେ ଗୋଚ୍ଛାପଡ଼ା ଥାନା ପଲାବୃଡି ପଞ୍ଚାୟତ ଶ୍ରାଡିମୁଣ୍ଡା ଗାଁର ରଞ୍ଜିତ ଦିଗାଲ, କାମଦେବ୍ ଦିଗାଲ ଓ ଅନ୍ୟ ଜଣେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତଳାପଡା ଗାଁର ସନ୍ୟାସୀ ଦିଗାଲ । ତିନି ଜଣଯାକ ଦୁଇଟି ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲେ । ଏନେଇ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରକୁ ଖବର ପାଇଥିଲା । ଏହାପରେ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ପଙ୍ଗା ଉପରସାହି ପଞ୍ଚାୟତଠାରୁ ସାଡୀଙ୍ଗିଆ ଯାଇଥିବା ମୁଖ୍ୟ ରାସ୍ତାର ପଙ୍ଗା ପୋଲ ନିକଟରେ ସେମାନଙ୍କୁ କାବୁ କରିଥିଲା ।

ଏହାମଧ୍ୟ ପଢନ୍ତୁ: ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା, ଶୁଭଖୁଣ୍ଟି ସ୍ଥାପନ ପାଇଁ ଚୂଡାନ୍ତ ହେଲା ତାରିଖ

ବାଇକରେ ଲଦା ହୋଇଥିବା ବସ୍ତାଗୁଡିକୁ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଏହି ଗଞ୍ଜେଇର ଓଜନ ୧୨୦ କେଜି ୮୦୦ ଗ୍ରାମ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ମାମଲାରେ ଗଞ୍ଜେଇ ସମତେ ଦୁଇଟି ବାଇକ ଜବତ ସହ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜବତ ବାଇକ ଗୁଡିକର ନମ୍ବର OD12B6518 ଓ OR02AR116 ରହିଛି । ଏହି ଗଞ୍ଜେଇ ଚାଲାଣ ଘଟଣାରେ ଫିରିଙ୍ଗିଆ ପୋଲିସ ୪୨/୨୩ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି । ତେବେ ଅଞ୍ଚଳରେ ଗଞ୍ଜେଇ କାରବାର ରୋକିବାକୁ ଫିରିଙ୍ଗିଆ ପୋଲିସ ଅନେକ ସମୟରେ ଚଢାଉ କରୁଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ୍ ଲାଗିପାରୁନି ।

ଏହାମଧ୍ୟ ପଢନ୍ତୁ: ଓଡ଼ିଶାରେ ନାହିଁ ଧର୍ମକୁ ନେଇ ଭୋଟ ରାଜନୀତି, ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଉପରେ ନେତାଙ୍କ ନଜର ପଡୁନି

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.