ETV Bharat / state

ଇଡ଼କୋର ଜମି ଅଧିଗ୍ରହଣକୁ ବିରୋଧ, କମ୍ପାନୀ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Feb 18, 2023, 12:14 PM IST

ପୋଟାସ ଲିମିଟେଡ଼ କମ୍ପାନୀ ସମ୍ମୁଖରେ ଜମି ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିନା ଗ୍ରାମସଭା ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଇଡ଼କୋର ଜମି ଅଧିଗ୍ରଣକୁ ବିରୋଧ
ଇଡ଼କୋର ଜମି ଅଧିଗ୍ରଣକୁ ବିରୋଧ

ଇଡ଼କୋର ଜମି ଅଧିଗ୍ରଣକୁ ବିରୋଧ

ଭବାନୀପାଟଣା: ବିନା ଗ୍ରାମସଭା ଜମି ଅଧିଗ୍ରହଣ କଲା ଇଡ଼କୋ । ଏହାକୁ ନେଇ ହିତାଧିକାରୀ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ସେ ଶୁଣିନଥିବା ଅଭିଯୋଗ ହୋଇଛି । ଶେଷରେ ବାଧ୍ୟହୋଇ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଏହି ଜମିରେ କାରଖାନା ବସାଇବା ପାଇଁ ସରକାର ଜମିକୁ ନେଇଯାଇଥିବା ବେଳେ ବର୍ଷ ବର୍ଷ ଧରି ସରକାରଙ୍କୁ ଖଜଣା ବାନ୍ଧି ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ୨ଟି ପଞ୍ଚାୟତର ଲୋକେ ଏବେ ଚିନ୍ତାରେ ରହିଥିବା କହିଛନ୍ତି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ଠାରେ ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡ଼କୋ କମ୍ପାନୀକୁ ୧୬୦ ଏକର ଜମି ହସ୍ତାନ୍ତର କରିଛନ୍ତି । ଏଠାରେ ୧୫ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ୩ଟି ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି । ସେଥି ମଧ୍ୟରୁ ଇଡ଼କୋ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ପୋଟାସ ଲିମିଟେଡ଼ କମ୍ପାନୀକୁ ୩୮ ଏକର ଜମି ପ୍ରଦାନ କରିଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସ ଜରିଆରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଜମି ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ,"ତଳଜାରିଙ୍ଗ ଠାରେ ଥିବା ଏହି ପତରା ଜମିରେ ନାନ୍ଦୋଳ ପଞ୍ଚାୟତର ବାଦଲଦେଇ, ଲବଣିପୁର, ନାନ୍ଦୋଳ ଓ ତଳଜାରିଙ୍ଗ ପଞ୍ଚାୟତ ୮୦ଟି ପରିବାର କେଉଁ ଦୀର୍ଘ ବର୍ଷରୁ ଊର୍ଦ୍ଧ୍ବ ହେବ ଚାଷ କରୁଛନ୍ତି । ଯେଉଁମାନେ ବି ଏହି ଜମିରେ ଚାଷ କରି ଆସୁଥିଲେ ସେମାନେ ସମସ୍ତେ ଭୂମିହୀନ ଅଟନ୍ତି । ଶିଳ୍ପ ପ୍ରତିଷ୍ଠାନ ବସିବା ପୂର୍ବରୁ ଅଞ୍ଚଳର ଲୋକଙ୍କୁ ନେଇ ଗ୍ରାମସଭା କରିବା କଥା କିନ୍ତୁ ଇଡ଼କୋ ଏକ ଛତ୍ରବାଦ ଭାବେ ଲୋକଙ୍କ ଫସଲକୁ ନଷ୍ଟ କରି କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଛି ।"

ଏନେଇ ସ୍ଥାନୀୟ ଲୋକେ ଦୁଇଦିନ ତଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି କରିବା ସହ ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ହିତାଧିକାରୀଙ୍କ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ହେଲେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ କମ୍ପାନୀ ସମ୍ମୁଖରେ ପିଲା ଛୁଆଙ୍କୁ ନରି ଜମି ହିତାଧିକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଘଟଣା ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ପ୍ରଶାସନ ପହଞ୍ଚି ଆନ୍ଦୋଳନ କାରୀମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ଗ୍ରାମବାସୀ ଆନ୍ଦୋଳନରେ ଆଡି ବସିଥିବା ସୂଚନା ରହିଛି ।


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.