ETV Bharat / state

ହାଣ୍ଡିଶାଳରେ କୋରୋନା କୋପ, ଆକାଶ ଛୁଆଁ ପରିବା ଦର

author img

By

Published : Sep 9, 2021, 10:03 AM IST

କୋରୋନା ମହାମାରୀ ପ୍ରକୋପରେ ଗରିବ ଓ ମଧ୍ୟବତି ପରିବାର ଛଟପଟ ହୋଇପଡି ଥିବାବେଳେ ମହଙ୍ଗା ମାଡ଼ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି । ଗତ ୧୬ ମାସ ମଧ୍ୟରେ ବଦଳି ଯାଇଛି ସାଧାରଣ ଖାଉଟିର ଘରୋଇ ବଜେଟ । ଅଧିକ ପଢନ୍ତୁ...

ରେ କୋରୋନା କୋପ, ଆକାଶ ଛୁଆଁ ପରିବା ଦର
ରେ କୋରୋନା କୋପ, ଆକାଶ ଛୁଆଁ ପରିବା ଦର

ଭବାନୀପାଟଣା: ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି କୋରୋନା ମହମାରୀ । ଏପରି ଏକ ଅଦୃଶ୍ୟ ମହାମାରୀ ପ୍ରକୋପରେ ଗରିବ ଓ ମଧ୍ୟବିତ୍ତ ପରିବାର ଛଟପଟ ହୋଇପଡି ଥିବାବେଳେ ମହଙ୍ଗା ମାଡ଼ ଲୋକଙ୍କ ଦୁଃଖକୁ ଦୁଇ ଗୁଣିତ କରିଦେଇଛି । ଗତ ୧୬ ମାସ ମଧ୍ୟରେ ବଦଳି ଯାଇଛି ସାଧାରଣ ଖାଉଟିର ଘରୋଇ ବଜେଟ । ଏଥିରୁ କଳହାଣ୍ଡୀ ଜିଲ୍ଲାବାସୀ ମଧ୍ୟ ବାଦେ ପଡି ନାହାନ୍ତି ।

ହାଣ୍ଡିଶାଳରେ କୋରୋନା କୋପ, ଆକାଶ ଛୁଆଁ ପରିବା ଦର



ମହମାରୀ କଟକଣା ଯୋଗୁଁ ବେପାର, ବାଣିଜ୍ୟ, ଚାକିରି ସବୁ ଠପ୍ । ଏହାରି ଭିତରେ ସଞ୍ଚିତ ରାଶି ସରିଯିବା ପରେ ଧାର କରଜ କରି ପେଟ ପୋଷିବାକୁ ସଂଘର୍ଷ କରୁଛନ୍ତି ଲୋକେ । ଦିନ ମଜୁରି, ନିମ୍ନ ମଧ୍ୟବିତ୍ତ ପରିବାର ମହଙ୍ଗା ମାଡ଼ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ସ୍ଥିତିରେ କୋରୋନା ମାଡ଼ ଅପେକ୍ଷା ବେଶୀ ବାଧୁଛି ମହଙ୍ଗା ମାଡ଼ । ତେଲ ଠୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ସବୁ ସାମଗ୍ରୀ ମହଙ୍ଗା ହୋଇଯାଇଛି । ରନ୍ଧନ ଗ୍ୟାସ ଏଲପିଜି ଦର ୬ ବର୍ଷରେ ଦ୍ୱିଗୁଣିତ ହେଲାଣି ।



ରୋଷେଇ କରିବା ପୂର୍ବରୁ ପ୍ରତିଦିନ ଲୋକଙ୍କୁ ଭାବିବାକୁ ପଡୁଛି । ବର୍ତ୍ତମାନ ବଜାରରେ ପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି । କିଲୋ ପିଛା ୬୦ ଟଙ୍କାରୁ ଆରମ୍ଭ ହେଉଛି ପରିବା ଦର । ଲୋକେ କିଲୋ ବଦଳରେ ପାଏ କିମ୍ବା ଅଧକିଲୋ କିଣିବାକୁ ବାଧ୍ୟ ହେଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ଏଭଳି ଭାବରେ ବୃଦ୍ଧି ପାଉଛି ଯେ, ଲୋକେ କିଣିବା ପାଇଁ ସାହାସ କରୁନାହାନ୍ତି । ଖାଉଟିଙ୍କ ପେଟରେ ଦରଦାମ ଲାତ ମାରିଛି । ଏହା ଭିତରେ ପୁଣି ଔଷଧ ମୂଲ୍ୟ ବର୍ଷକ ମଧ୍ୟରେ ପାଖାପାଖି ୨୦ ରୁ ୩୦% ପ୍ରତିଶତ ବୃଦ୍ଧି ପାଇଛି । ପେଟ୍ରୋଲ ଡିଜେଲ କଥା ନ କହିବା ଭଲ । ତେବେ ଏପରି ସ୍ଥିତିରେ ହାଣ୍ଡିଶାଳକୁ କନ୍ଦାଉଛି ମହଙ୍ଗା ମାଡ । ଏହାର ତୁରନ୍ତ ସମାଧାନ ପାଇଁ ଜନ ସାଧାରଣ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.