ETV Bharat / state

ଆମପାଣି ଘାଟିରେ ଦୁର୍ଘଟଣା: ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଗୁରୁତର

author img

By

Published : May 1, 2023, 1:15 PM IST

ଆମପାଣି ଘାଟିରେ ଦୁର୍ଘଟଣା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କାରେ ୧୨ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

road accident in Ampani Ghati
road accident in Ampani Ghati

road accident in Ampani Ghati

ଭବାନୀପାଟଣା: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉକ୍ତ ୧୨ଜଣ ଦୁଇଟି ପରିବାରର ହୋଇଥିବା ବେଳେ ସମସ୍ତ ଆନ୍ଧ୍ରରୁ ନିଜ ଘରକୁ ଫେରୁଥିବା ଜଣାପଡିଛି ।


ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଚିଲଚିଲା ଗାଁର ଦୁଇଟି ପରିବାର ୧୨ ଜଣ ସଦସ୍ୟ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ତେବେ ସେଠାରୁ ଆଜି ଏକ ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ସମ୍ନାପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋରେ ଥିବା ୧୨ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡିଛି । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଦୃଶ୍ୟ ହିଁ ବୟାନ କରୁଛି । ତେବେ ସୌଭାଗ୍ୟବସତଃ କାହାର ମୃତ୍ୟୁ ହୋଇନଥିବା ବେଳେ ଗାଡିର ଆଗଭାଗ ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଦୁଇଟି ଗାଡିର ବେଗ ଅଧିକ ରହିଥିବା ଯୋଗୁଁ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଫଳରେ ଗାଡି ଭାଙ୍ଗି ଯାଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ ନିର୍ମାଣ ଚାଲିଛି ବିଶ୍ଵର ସର୍ବବୃହତ ଶ୍ରୀ ଯନ୍ତ୍ର, 4 ଧାମ ପରିକ୍ରମା ଅବସରରେ ଶ୍ରୀମନ୍ଦିର ପହଞ୍ଚିଲା ପ୍ରତିକୃତି

ତେବେ ଖବର ପାଇ ଘଟଣା ସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପ୍ରକାଶଯୋଗ୍ୟ ଯେ, ପ୍ରତ୍ୟେକ ଦିନ କିଛି ବୋଲେରୋ ଓ ବସ ଯୋଗେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ସୂଚନା ମିଳିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ତେବେ ଗତ କିଛିଦିନ ତଳେ ଦାଦନ ଭାବେ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି କମ୍ପାନୀରେ କାମ କରିବା ପାଇଁ ଯାଇଥିବା ବେଳେ ନର୍ଯାତନାର ଶିକାର ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ୩୦ଜଣ ନାବାଳିକା ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ କରିଥିଲେ । ତଥାପି କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ ଥମୁନାହିଁ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.