ETV Bharat / state

କଳାହାଣ୍ଡିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ ୨ ଗୁରୁତର

author img

By

Published : Apr 1, 2022, 10:39 PM IST

କଳାହାଣ୍ଡିରେ ଦୁଇଟି ମାଲ୍ ବୋଝେଇ ଟ୍ରକ ମୁହାଁମୁହିଁ ପରେ ଆଉ ଏଖ ଟ୍ରକକୁ ଧକ୍କା । ଘଟଣାସ୍ଥଳରେ ଜଣେ ଡ୍ରାଇଭର ମୃତ, ୨ ଗୁରୁତର । ଅଧିକ ପଢନ୍ତୁ

କଳାହାଣ୍ଡିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ ୨ ଗୁରୁତର
କଳାହାଣ୍ଡିରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ ୨ ଗୁରୁତର

ଭବାନୀପାଟଣା: ଦୁଇଟି ମାଲ୍ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଆଉ ଏକ ଟ୍ରକକୁ ପଛପଟୁ ଧକ୍କା । ଏଥିରେ ଜଣେ ଡ୍ରାଇଭରଙ୍କ ମୃତ୍ୟ ହୋଇ ଥିବାବେଳେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବଡ଼ ଧାରପୁର ନିକଟରେ ରାଇପୁରରୁ ବିଶାଖାପାଟଣାକୁ ଯାଉଥିବା ଦୁଇଟି ଟ୍ରକକୁ ସାମ୍ନା ପଟୁ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରଙ୍କ ମୃତ୍ୟ ଘଟିଛି । ଏଥିସହ ଅନ୍ୟ ଦୁଇ ଜଣ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ନର୍ଲା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.