ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର: ଜଣେ ମୃତ, 4 ଗୁରୁତର

author img

By

Published : Feb 25, 2023, 1:40 PM IST

ଜୁନାଗଡ଼ ଥାନା ଅନ୍ତର୍ଗତ କାଲୋପଲା ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ସୂଚନା । ଅଧିକ ପଢନ୍ତୁ

Kalahandi road accident
Kalahandi road accident

Kalahandi road accident

ଭବାନୀପାଟଣା: ଅଧାରେ ରହିଗଲା ଘର ବାହୁ଼ଡା । ହସଖୁସିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ ! ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କାଲୋପଲା ନିକଟରେ ଘଟିଛି ଏହି ଦୁର୍ଘଟଣା । ଆହତଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ଭବାନୀପାଟଣା ସହରର ସୁଶାନ୍ତ ପାଢ଼ୀ ନିଜ ପରିବାର ସହ ନିଜ କାର ଯୋଗେ ଜୟପୁରକୁ ଏକ ପାରିବାରିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଶ ହସ ଖୁସିରେ ନିଜ ଘରକୁ ଫେରୁଥିଲେ । ହେଲେ ରାସ୍ତାରେ ଛକି ବସିଥିଲା କାଳ । ଜୁନାଗଡ଼ ଥାନା ଅନ୍ତର୍ଗତ କାଲୋପଲା ନିକଟ ବୁଲାଣିରେ ଭାରାସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିଲା । ଖବର ପାଇ ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି କାର ଭିତରୁ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା: ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କୁ ରିମାଣ୍ଡରେ ନେଲା ପୋଲିସ, ମୁହଁ ଖୋଲିଲେ ଅଭିଯୁକ୍ତ

ଅନ୍ୟ ଗୁରୁତରମାନଙ୍କୁ ପ୍ରଥମେ ଜୁନାଗଡ଼ ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସମସ୍ତ ଗୁରୁତରମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଉଦ୍ଧାର କରିବା ସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ପରିବାର ଓ ସମ୍ପର୍କୀୟ ଆତ୍ମହରା ହୋଇ ପଡିଥିବା ବେଳେ ସୁଶାନ୍ତ ପାଢ଼ୀଙ୍କ ମୃତ୍ୟୁକୁ ନେଇ ଭବାନୀପାଟଣା ସହରରେ ଶୋକର ଛାୟା ଖେଳି ଯାଇଛି।

ଏହା ମଧ୍ୟ ପଢନ୍ତୁ: Road Mishap: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା, ୭ ମୃତ

ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅନ୍ତର୍ଗତ ନେଉଳପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଗତକାଲି ରାତିରେ ନେଉଳପୁରଠାରେ ଦୁଇଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ସେହି ଟ୍ରକ ସେଠାରେ ସେମିତି ପଡି ରହିଥିବା ବେଳେ ଆଜି ଭୋରରୁ ପଶ୍ଚିମବଙ୍ଗ ପଟୁ ଆସୁଥିବା ଏକ କୁକୁଡା ବୋଝେଇ ଟ୍ରକ ସେହି ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.