ETV Bharat / state

ବିନା ସୂଚନା ଫଳକରେ ନିମ୍ନମାନ ରାସ୍ତା କାମ, ଗର୍ଜିଲେ ଗ୍ରାମବାସୀ

author img

By

Published : May 23, 2020, 10:20 PM IST

Updated : May 24, 2020, 11:04 AM IST

କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୂର୍ତ୍ତ ବିଭାଗ ଅଧୀନରେ ସାନ ପୋଡ଼ାଗୁଡାଠାରୁ ଗୋତମୁଣ୍ଡାକୁ ରାସ୍ତା ଦୋହରୀକରଣ କାମ ଚାଲିଛି । ବିନା ସୂଚନା ଫଳକ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକା ସଂସ୍ଥା ନିଜ ମନ ମୁତାବକ ନିମ୍ନମାନର ବାଳି ମେଟାଲ ପକାଇ କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

low quality road construction in kalahandi, protest against road construction in kalahandi, protest against low quality road construction, kalahandi latest news, ନିମ୍ନମାନର ରାସ୍ତା କାମକୁ ବିରୋଧ, କଳାହାଣ୍ଡିରେ ନିମ୍ନମାନର ରାସ୍ତା କାମ, କଳାହାଣ୍ଡିରେ ନିମ୍ନମାନର ରାସ୍ତା କାମକୁ ବିରୋଧ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌
ବିନା ସୂଚନା ଫଳକରେ ନିମ୍ନମାନ ରାସ୍ତା କାମ, ଗର୍ଜିଲେ ଗ୍ରାମବାସୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୂର୍ତ୍ତ ବିଭାଗ ଅଧୀନରେ ସାନ ପୋଡ଼ାଗୁଡାଠାରୁ ଗୋତମୁଣ୍ଡାକୁ ରାସ୍ତା ଦୋହରିକରଣ କାମ ଚାଲିଛି । ଏନେଇ ରାସ୍ତାର ଦୁଇ ପାର୍ଶ୍ବରେ 3 ଫୁଟର କଂକ୍ରିଟ କାମ ଚାଲିଛି । ବିନା ସୂଚନା ଫଳକ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକା ସଂସ୍ଥା ନିଜ ମନ ମୁତାବକ ନିମ୍ନମାନର ବାଳି ମେଟାଲ ପକାଇ କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବିନା ସୂଚନା ଫଳକରେ ନିମ୍ନମାନ ରାସ୍ତା କାମ, ଗର୍ଜିଲେ ଗ୍ରାମବାସୀ

ଗ୍ରାମବାସୀଙ୍କ କହିବା ମୁତାବକ ସେମାନଙ୍କ ମନା କରିବା ସତ୍ତ୍ବେ ମଧ୍ୟ ଜୋର ଜବରଦସ୍ତ କାମ କରାଯାଉଥିବା ବେଳେ ଏହାକୁ ଗୋତମୁଣ୍ଡା ଗ୍ରାମବାସୀ ବିରୋଧ କରିବା ସହ କାମକୁ ବନ୍ଦ ରଖିଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଯାନବାହନ ଚଳାଚଳ କରୁଥିବା ବେଳେ ନିମ୍ନମାନର କାମ ଯୋଗୁଁ ଅଳ୍ପଦିନ ମଧ୍ୟରେ ରାସ୍ତା ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିବା ସହ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : May 24, 2020, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.