ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, 3 ଗୁରୁତର

author img

By

Published : Feb 13, 2020, 10:38 AM IST

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଖଲିଆଭଟା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅଧିକ ପଢନ୍ତୁ...

kalahandi-two-bike-accident-in-jayapatna-ps-1-death-3-injured
ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, 3 ଗୁରୁତର

ଭବାନୀପାଟଣା: ଦୁଇ ବାଇକ ମୁହାଁମୁହିଁ । ଜଣେ ମୃତ, ତିନି ଜଣ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଖଲିଆଭଟା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଦାସିଗାଁ ସିର୍ଲିପଡ଼ା ଗ୍ରାମର କୁମର ବେମାଲ ଓ ସୁମେସର ଲୋହାର ଜୟପାଟଣା ପଟୁ ତାଙ୍କ ଗାଁ କୁ ଆସୁଥିବା ବେଳେ ଜୟପାଟଣା କାଦୋପଦର ଗ୍ରାମର ରାଜାରାମ ନାଗ ଓ ବିଶ୍ବ ଠାକୁର ବାନେର ପଟୁ ଜୟପାଟଣାକୁ ଯାଉଥିବା ସମୟରେ ଖଲିଆଭଟା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରଥମେ ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଜୟପାଟଣା ମେଡିକାଲରେ କୁମ ବେମାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଜୟପାଟଣା ପୋଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁକରି ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.