ETV Bharat / state

ପାଣି ପାଇଁ ଡହଳ ବିକଳ ଡୁମେରଗୁଡ଼ାବାସୀ

author img

By

Published : May 12, 2022, 9:05 AM IST

ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଲୋକେ । ସରକାର ଲୋକଙ୍କୁ ସୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜନା ଭଳି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଆଜି ବି ଅନେକ ଗାଁରେ ସୁଦ୍ଧ ପାନୀୟ ଜଳ ପାଲଟିଛି ଲୋକଙ୍କ ସ୍ୱପ୍ନ । ଅଧିକ ପଢ଼ନ୍ତୁ

Drinking water problem in Kalahandi Dumerguda Village
ପାଣି ପାଇଁ ଡହଳ ବିକଳ ଡୁମେରଗୁଡ଼ାବାସୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ଗାଁରେ ଲାଗି ରହିଥିବା ପାନୀୟଜଳ ସମସ୍ୟା ସମାଧାନ ପାଇଁ ତାତିଲେ ଗ୍ରାମବାସୀ । ଏହାକୁ ନେଇ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ ଅଫିସକୁ ଘେରାଓ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପରେ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଆସି ସମାଧାନର ପ୍ରତିଶୃତି ଦେଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ପାଣି ପାଇଁ ଡହଳ ବିକଳ ଡୁମେରଗୁଡ଼ାବାସୀ

ଡୁମେରଗୁଡା ଗାଁରେ ଥିବା ନଳକୂପ ମାନଙ୍କରେ ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ଗ୍ରାମବାସୀ କିଡନୀ ରୋଗର ସମସ୍ୟା ଭୋଗୁଛନ୍ତି । ଏପରିକି ବିଗତ ୭ ବର୍ଷ ମଧ୍ୟରେ ଏକ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜକୁ ୩ବର୍ଷ ତଳେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମରେ ୨ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟଳଳରେ ଏକ ପାନୀୟ ଜଳ ପ୍ରକଳ୍ପ ହୋଇଥିଲା ।

ଏହାସହ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇ ନିକଟସ୍ଥ ତେଲ ନଦୀରୁ ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଗଲା । ମାତ୍ର ଆଜି ଯାଏଁ ସେହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ନେଇ ବାରମ୍ବାର ସ୍ଥାନୀୟ ଲୋକେ ଜଳ ଯୋଗାଣ ବିଭାଗକୁୁ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦାଳନକୁ ଓହ୍ଲାଇଛନ୍ତି । ଗାଁରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପାଣି ଛାଡି ଦେଲେ ତାହା ଭାଙ୍ଗି ଯିବାର ଆଶଙ୍କା ନେଇ ଏଥିରେ ଜାଣି ଶୁଣି ପାଣି ଛଡା ଯାଉନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.