ETV Bharat / state

କଳାହାଣ୍ଡିରେ ୪ ଦିନିଆ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

author img

By

Published : Feb 14, 2023, 10:12 AM IST

Updated : Feb 14, 2023, 12:54 PM IST

କଳାହାଣ୍ଡିରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ମେଳା ପୂର୍ବରୁ କୃଷି ଯନ୍ତ୍ରପାତି ବାହନ ରାଲିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

କୃଷି ଯନ୍ତ୍ରପାତି ମେଳା
Farm machinery mela in kalahandi

କଳାହାଣ୍ଡିରେ ୪ ଦିନିଆ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ଭବାନୀପାଟଣା: ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଜିଲ୍ଲପାଳ ପି. ଅନ୍ବେଷା ରେଡ୍ଡୀ ଏହି ମେଳାକୁ ଉଦଘାଟନ କରିଛନ୍ତି । ଆସନ୍ତା ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୃଷି ଯନ୍ତ୍ରପାତି ବିକ୍ରୟକାରୀ ତଥା ନିର୍ମାଣକାରୀ ତାଙ୍କର ଆଧୁନିକ ଫାର୍ମ ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ । ଏହା ସହିତ ସରକାରଙ୍କ କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ହିତକାରୀ ଯୋଜନାର ଷ୍ଟଲ୍ ମଧ୍ୟ ଖୋଲା ଯାଇଥିଲା । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କୃଷି ଯନ୍ତ୍ରପାତି ବାହନ ରାଲିକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

  • District Level Mela on Farm Mechanization was inaugurated at OUAT college field. President ZP, Collector,Kalahandi, officers of Agriculture & FARD Depts, farmers& SHG groups participated. Stalls on farm mechanization & technology demonstration have been been put up.@krushibibhag pic.twitter.com/ycHPhXY8H2

    — DM KALAHANDI (@DmKalahandi) February 13, 2023 " class="align-text-top noRightClick twitterSection" data=" ">

ମେଳାରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିତରଣ ସହ କୃଷି ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏହି ମେଳା ଜରିଆରେ ରିହାତି ଦରରେ କୃଷି ଯନ୍ତ୍ରପାତି ବିକ୍ରୟର ବ୍ୟବସ୍ଥା ରହିଛି । ମେଳାରେ ଯନ୍ତ୍ରପାତି କ୍ରୟରେ ଚାଷୀ ସାଧାରଣ ବର୍ଗ - ୪୦% , ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ନାମମାତ୍ର ଚାଷୀ - ୫୦% ତଥା ପଞ୍ଜୀକୃତ ମହିଳା ସ୍ଵଂୟ ସହାୟକ ଦଳ - ୭୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଗୋ-ସୁଗମ ପୋର୍ଟାଲରେ ପଞ୍ଜୀକରଣଭୂତ ଓ କୃଷକ ପରିଚୟପତ୍ର ପ୍ରାପ୍ତ ଚାଷୀମାନେ ହିଁ ଏହି ଯୋଜନାର ଲାଭ ପାଇପାରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପଞ୍ଜୀକୃତ ଚାଷୀ ଏହି ଲାଭ ପାଇପାରିବେ ।

ମେଳାର ଉଦ୍ଦେଶ୍ୟ ଜିଲ୍ଲାର ସମସ୍ତ ଚାଷୀ ବିପୁଳ ସଂଖ୍ୟାରେ ମେଳାକୁ ଆସି କୃଷି ଯନ୍ତ୍ରପାତି ବ୍ୟବହାର ଦେଖନ୍ତୁ ଓ ଅନ୍‌ଲାଇନ୍‌ କିମ୍ବା ଜନସେବା କେନ୍ଦ୍ରରେ ନିଜ ନାମ ପଞ୍ଜିକରଣ କରି ଆଗୁଆ ବୁକିଂ କରିବାକୁ ହେବ। ମେଳାରେ କୃଷି, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ, କପା ଚାଷ, ଛତୁ ଚାଷ, ମିଲେଟ୍ ଓ ଅନ୍ୟାନ୍ୟ ଲାଭକାରୀ ଫସଲ ଉପରେ ଷ୍ଟଲ୍ ଦେଖାଯାଇ ଚାଷୀଙ୍କୁ ସୂଚନା ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ମେଳାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କଳାହାଣ୍ଡିରେ ଚାଷର ଅଗ୍ରଗତି, ଜଳ ସେଚନ, ଧାନ ସହିତ ମିଶ୍ରିତ ଚାଷର ବ୍ୟାପକତା ଓ ସରକାରଙ୍କ କୃଷକ ହିତକାରୀ ଯୋଜନା ଯୋଗୁଁ ଜିଲ୍ଲା ଏକ ଅଗ୍ରଣୀ କୃଷି ଜିଲ୍ଲା ରୂପେ ସାରା ରାଜ୍ୟ ରେ ନାମ କରିଛି ବୋଲି କହିଥିଲେ । ଚାଷୀମାନେ ଉନ୍ନତ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଉପରେ ଧ୍ୟାନ ଦେବାକୁ କହି କୃଷକ ଓ କୃଷି ସମ୍ବନ୍ଧୀୟ ଯୋଜନା ଉପରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରି ଏହି ଯୋଜନାରୁ ଚାଷୀ କିଭଳି ଲାଭାନ୍ଵିତ ହେବେ ସେଥି ପ୍ରତି ବିଭାଗୀୟ ଅଧିକାରୀ ନିଷ୍ଠାର ସହ କାର୍ଯ୍ୟ କରିବାକୁ କହିଥିଲେ ।

ବର୍ତ୍ତମାନ ଧାନ ଚାଷ ଛଡ଼ା କ୍ଷୁଦ୍ର ଶସ୍ୟ, ଡାଲି, ତୈଳ ବୀଜ, ପନିପରିବାକୁ ଗୁରୁତ୍ବ ଦେଇ ମିଶ୍ରିତ ଚାଷ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଜାନୁଆରୀ ମାସ ସୁଦ୍ଧା ଜିଲ୍ଲାରୁ ମୋଟ ୧୦୧୧ ଜଣ ଚାଷୀ ବିଭିନ୍ନ କୃଷି ଯନ୍ତ୍ରପାତି ଵୁକିଂ କରିଛନ୍ତି ଯାହାକି ୬ କୋଟି ୭୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରହିଛି ଏବଂ ସବସିଡି ମାଧ୍ୟମରେ ୩ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ବ ରିହାତି ପାଉଛନ୍ତି ।


ଇଟିଭି ଭାରତ, କଳାହାଣ୍ଡି

Last Updated : Feb 14, 2023, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.