ETV Bharat / state

ପୌର ନିର୍ବାଚନକୁ ନେଇ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

author img

By

Published : Mar 6, 2022, 7:48 PM IST

ମାର୍ଚ୍ଚ ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାର ଗୋଟିଏ ପୌର ପରିଷଦ ଓ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେବ ନିର୍ବାଚନ। ଭବାନୀପାଟଣା ପୌର ପରିଷଦ, ଧର୍ମଗଡ଼, ଜୁନାଗଡ଼, କେସିଙ୍ଗା ଏନଏସିରେ ହେବ ନିର୍ବାଚନ। ଅଧିକ ପଢନ୍ତୁ

ପୌର ନିର୍ବାଚନକୁ ନେଇ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ପୌର ନିର୍ବାଚନକୁ ନେଇ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଭବାନୀପାଟଣା: ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ । ଆଉ ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାର ଗୋଟିଏ ପୌର ପରିଷଦ ଓ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେବ ନିର୍ବାଚନ । ଭବାନୀପାଟଣା ପୌର ପରିଷଦ, ଧର୍ମଗଡ଼, ଜୁନାଗଡ଼, କେସିଙ୍ଗା ଏନଏସିରେ ହେବ ନିର୍ବାଚନ ।

ପୌର ନିର୍ବାଚନକୁ ନେଇ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

୨୦ଟି ୱାର୍ଡକୁ ନେଇ ଗଠିତ ଭବାନୀପାଟଣା ପୌର ପରିଷଦରେ ୫୮ଟି ବୁଥ ମାଧ୍ୟମରେ ୫୭୭୧୧ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବାକୁ ଥିବାବେଳେ ଧର୍ମଗଡ଼ ଏନଏସିର ୧୪ଟି ୱାର୍ଡରେ ୧୪ଟି ବୁଥ ମାଧ୍ୟମରେ ୧୨୫୫୧ ଜଣ ଭୋଟର ଦେବେ ଭୋଟ । ସେହିଭଳି ଜୁନାଗଡ଼ ଏନଏସିର ୧୨ଟି ୱାର୍ଡର ପାଇଁ ୧୮ ବୁଥରେ ୧୪୭୪3 ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବାକୁ ଥିବାବେଳେ କେସିଙ୍ଗା ଏନଏସିର ୧୨ଟି ୱାର୍ଡରେ ୧୭ଟି ବୁଥରେ ୧୪୨୦୫ ଜଣ ଭୋଟର ଦେବେ ଭୋଟ।

୨ ତାରିଖ ଠାରୁ ନାମାନଙ୍କ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ଅଧ୍ୟକ୍ଷ ନିର୍ବାଚନ ହେଉଥିବାବେଳେ ଏହାକୁ ଏଇ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ପୌର ନିର୍ବାଚନରେ ଗଡ଼ ଜିତିବା ପାଇଁ ଆଶା ବାନ୍ଧିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.