ETV Bharat / state

ପ୍ରଧାନମନ୍ତ୍ରୀ ଋଣ ମୁକ୍ତି ଯୋଜନା ନାଁରେ ଠକେଇ, ଛତିଶଗଡ଼ ପୋଲିସ ଦ୍ୱାରା ୨ ଗିରଫ

author img

By

Published : Sep 13, 2020, 8:08 AM IST

ଏକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ। ଏହି ଦୁଇ ଠକ ପ୍ରଧାନମନ୍ତ୍ରୀ ଋଣ ମୁକ୍ତି ଯୋଜନା ନାଁରେ ଲୋକଙ୍କୁ ଋଣ ଯୋଗାଇ ଦେବା ଆଳରେ ଲୋକଙ୍କ ଠାରୁ ଦୁହେଁ ଟଙ୍କା ଆଦାୟ କରିଥିଲେ।

ଛତିଶଗଡ଼ ପୋଲିସ ଦ୍ୱାରା ୨ ଠକ ଗିରଫ
ଛତିଶଗଡ଼ ପୋଲିସ ଦ୍ୱାରା ୨ ଠକ ଗିରଫ

ଭବାନୀପାଟଣା: ଏକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ। ଛତିଶଗଡ଼ ଦେଭୋଗ ପୋଲିସଙ୍କ ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ମାନେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗାଁର ଅମର ଚନ୍ଦ୍ର ବେମାଲ ଓ ଛତିଶଗଡ଼ ଦେଭୋଗ ଥାନା ଅନ୍ତର୍ଗତ ଠିର୍ଲିଗୁଡା ଗାଁର ସୁଶୀଲ ଚକ୍ରବର୍ତ୍ତୀ।

ଏହି ଦୁଇ ଠକ ପ୍ରଧାନମନ୍ତ୍ରୀ ଋଣ ମୁକ୍ତି ଯୋଜନା ନାଁରେ ଲୋକଙ୍କୁ ଋଣ ଯୋଗାଇ ଦେବା ଆଳରେ ଲୋକଙ୍କ ଠାରୁ ଦୁହେଁ ଟଙ୍କା ଆଦାୟ କରିଥିଲେ। ମୋଟ ୧୦୯୦ଜଣଙ୍କ ବ୍ୟକ୍ତି ଙ୍କ ଠାରୁ ୧୬ଲକ୍ଷ ୩୪ ହଜାର ଟଙ୍କା ଆଦାୟ କରି ଦୀର୍ଘଦିନ ପରେ ମଧ୍ୟ ଋଣ ପ୍ରଦାନ ନକରିବାରୁ ଗରିଆବନ୍ଦ ଏସପି ଙ୍କ ନିଟକରେ ହିତାଧିକାରୀ ଅଭିଯୋଗ କରିଛନ୍ତି।

ଏସପିଙ୍କ ନିକଟରେ ଅଭିଯୋଗ ହେବା ପରେ ଦେଭୋଗ ପୋଲିସ ଦୁହିଁଙ୍କ ବିରୋଧ ରେ ଥାନାରେ (୧୩୭/୨୦୨୦ ) ଏକ ମାମଲା ରୁଜୁ କରି ଧାରା ୪୨୦(୩୪) ଅନୁଯାୟୀ ଗିରଫ କରିଛି। ଏହାପରେ କୋର୍ଟ ଚାଲାଣ କରିଥିବା ଦେଭୋଗ ଥାନା ଅଧିକାରୀ ହର୍ଷବର୍ଦ୍ଧନ ବାଇସ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.