ETV Bharat / state

5th Phase Voting: ଭୋଟର ଅପେକ୍ଷାରେ ବୁଥ୍‌, ଭୋଟ ଦେଲେନି ବାକିଛଡାବାସୀ

author img

By

Published : Feb 24, 2022, 1:16 PM IST

କଳାହାଣ୍ଡିରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଏହାରି ମଧ୍ୟରେ ଦେପୁର ପଞ୍ଚାୟତର ବାକିଛଡ଼ା ଗ୍ରାମବାସୀ କରିଛନ୍ତି ଭୋଟ ବର୍ଜନ । ଅଧିକ ପଢନ୍ତୁ

5th Phase Voting: ଗାଁରେ ସରକାରୀ ଅବହେଳା, ଭୋଟ ବର୍ଜନ କଲେ ବାକିଛଡ଼ାବାସୀ
5th Phase Voting: ଗାଁରେ ସରକାରୀ ଅବହେଳା, ଭୋଟ ବର୍ଜନ କଲେ ବାକିଛଡ଼ାବାସୀ

ଭବାନୀପାଟଣା: ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ଏହାରି ମଧ୍ୟରେ କଲମପୁର ବ୍ଲକ ଦେପୁର ପଞ୍ଚାୟତ ବାକିଛଡ଼ା ଗ୍ରାମବାସୀ କରିଛନ୍ତି ଭୋଟ ବର୍ଜନ । ଗାଁରେ ହାତୀ ନଦୀକୂଳରେ ନଦୀ ବନ୍ଧ ନଥିବା କାରଣରୁ ଗ୍ରାମବାସୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

5th Phase Voting: ଗାଁରେ ସରକାରୀ ଅବହେଳା, ଭୋଟ ବର୍ଜନ କଲେ ବାକିଛଡ଼ାବାସୀ

ଏହି ଗାଁରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଗ୍ରାମବାସୀ । ପ୍ରତ୍ୟେକ ବର୍ଷ ବର୍ଷା ସମୟରେ ନଦୀ ପାଣି ଲୋକଙ୍କ ଘରକୁ ପଶି ଯାଉଛି । ସେପଟେ ଗାଁ ସ୍କୁଲରେ କୋଠା ନଥିବା ଫଳରେ ଛାତ୍ରଛାତ୍ରୀ ସ୍କୁଲରୁ ମୁହଁ ଫେରାଉଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ରହିଛି ସ୍କୁଲ କୋଠା । ଏହାସହ ଗାଁକୁ ରାସ୍ତା ନିର୍ମାଣ ଭଳି ଅନେକ ଦାବି ନେଇ ଗ୍ରାମବାସୀ ପୂର୍ବରୁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ହେଲେ ଏଯାବତ୍‌ କୌଣସି ସୁଫଳ ନ ମିଳିନାହିଁ ।

ଶେଷରେ ଭୋଟ ବର୍ଜନ ଭଳି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଗାଁରେ ସକାଳ ୭ ଟାରୁ ବୁଥ ଖୋଲା ହୋଇଥିଲେ ମଧ୍ୟ କୌଣସି ଗୋଟିଏ ମଧ୍ୟ ଭୋଟ ପଡି ନଥିବା ପୋଲିଂ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାର କଲମପୁର, କେସିଙ୍ଗା, ଥୁଆମୂଳ ରାମପୁର ବ୍ଲକରେ ଜାରି ରହିଛି ନିର୍ବାଚନ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.