ETV Bharat / state

ଅଟୋ-ଟ୍ରକ ମୁହାମୁହିଁ ଧକ୍କା , ଜଣେ ମୃତ ୮ ଗୁରୁତର

author img

By

Published : Oct 5, 2022, 1:01 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଅଟୋ ଟ୍ରକ ମୁହାମୁହିଁ ଧକ୍କା ହୋଇଛି ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଜଣ ଗୁରୁତର ହୋଇଛି । ଅଧିକ ପଢନ୍ତୁ

ଅଟୋ ଟ୍ରକ ମୁହାଁ ମୁହିଁ ଧକ୍କା
ଅଟୋ ଟ୍ରକ ମୁହାଁ ମୁହିଁ ଧକ୍କା

ଭବାନୀପାଟଣା: କେତେ ଖୁସିରେ ଦଶହରା ବୁଲି ଯାଉଥିଲେ ହେଲେ କିଏ ଜାଣିଥିଲେ ସେଠା କାଳ ଜଗି ବସିଛି । ପୂଜା ଦେଖିବାକୁ ଯିବା ସମୟରେ ଘଟିଯାଇଛି ଅଘଟଣ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଅଟୋ ଟ୍ରକ ମୁହାମୁହିଁ ଧକ୍କା ହୋଇଛି ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 8 ଜଣ ଗୁରୁତର ହୋଇଛି । ଗୁଣ୍ଡରି ଗାଁର ୨ଟି ପରିବାରର 8 ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଅଟୋ ଟ୍ରକ ମୁହାଁ ମୁହିଁ ଧକ୍କା

ସୂଚନାଅନୁସାରେ, ଗୁଣ୍ଡରି ଗାଁର ୨ଟି ପରିବାରର ୯ ଜଣ ଲୋକେ ଏକ ଅଟୋ ଯୋଗେ ଦେପୁର ଗାଁକୁ ଦୁର୍ଗା ପୂଜା ଦେଖିବାକୁ ଯାଉଥିଲେ । ଏହି ସମୟରେ ଭବାନୀପାଟଣା ମଦନପୁର ରାମପୁର ରାସ୍ତା ଡଙ୍ଗରଗଡ଼ ନିକଟରେ ତାଙ୍କ ଅଟୋକୁ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଅଟୋଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହା ସହ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରଥମେ ଟ୍ରକଟିକୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ମୃତ ମହିଳା ଜଣକ ଗୁଣ୍ଡରି ଗାଁର ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣା ବିଷୟରେ ଗାଁରେ ଖବର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


ଏହା ବି ପଢନ୍ତୁ...ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ

ରାତି ପାହିଲେ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଗତ 24 ଘଣ୍ଟା ଭିତରେ 3ଟି ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ର ସିରିଜ ଦୁର୍ଘଟଣାରେ 5 ଜଣ ଆଖି ବୁଜିଥିବାବେଳେ ଉତ୍ତରାଖଣ୍ଡରେ ଏକ ବସ ଦୁର୍ଘଟଣାରେ 25ଜଣଙ୍କ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.