ETV Bharat / state

ସଡକ ଦୁର୍ଘଟଣାରେ ମହିଳା ମୃତ

author img

By

Published : Feb 18, 2020, 11:06 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୂଟରୁଖମାର ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ମହିଳା ମୃତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଡ଼କ ଦୁର୍ଘଟଣାରେ ମହିଳା ମୃତ
ସଡ଼କ ଦୁର୍ଘଟଣାରେ ମହିଳା ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୂଟରୁଖମାର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା । କାପସରା ଗାଁରୁ କୂଟରୁଖମାର ଗାଁକୁ ଫେରୁଥିବା ବେଳେ ଏକ ଇଣ୍ଡିକା କାର ଧକ୍କା ଦେବାରୁ ଘଟଣାସ୍ଥଳରେ ଉପାସି ଧଙ୍ଗଡ଼ାମାଝୀ ନାମକ ମହିଳାଙ୍କ ମୃତ୍ୟୁ ଘଟିଛି ।

ସଡ଼କ ଦୁର୍ଘଟଣାରେ ମହିଳା ମୃତ

ବାଇକରେ ଗୋଟିଏ ପରିବାର ତିନି ଜଣ ସୁରେଶ ବାଗ ତାଙ୍କ ସ୍ତ୍ରୀ ଉପାସି ଧଙ୍ଗଡ଼ାମାଝୀ ଓ ଦୁଇମାସର ପୁଅ ଗାଁକୁ ଫେରୁଥିଲେ ।

ତେବେ ଉକ୍ତ ଘଟଣାରେ ଉପାସି ଧଙ୍ଗଡ଼ାମାଝୀଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ 26 କଟରୁଖମାର ନିକଟ ରାସ୍ତା ଅବରୋଧ କରିଥିଲେ । ଫଳରେ ସହ ସହ ଯାନବାହନ ଅଟକି ରହିଥିଲା । ଘଟଣା ସମ୍ପର୍କରେ ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନାହିଁ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.