ETV Bharat / state

Russia-Ukraine War: ୟୁକ୍ରେନ୍‌ରେ ଫସିଛନ୍ତି ବନ୍ଧବାହାଲର ୨୦ ଛାତ୍ରଛାତ୍ରୀ

author img

By

Published : Feb 24, 2022, 9:07 PM IST

ୟୁକ୍ରେନରେ ୧୮ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । ଯେଉଁଥିରେ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ୨୦ ଛାତ୍ରଛାତ୍ରୀ ମଧ୍ୟ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ

Russia-Ukraine War: ୟୁକ୍ରେନ୍‌ରେ ଫସିଛନ୍ତି ବନ୍ଧବାହାଲର ୨୦ ଛାତ୍ରଛାତ୍ରୀ
Russia-Ukraine War: ୟୁକ୍ରେନ୍‌ରେ ଫସିଛନ୍ତି ବନ୍ଧବାହାଲର ୨୦ ଛାତ୍ରଛାତ୍ରୀ

ଝାରସୁଗୁଡ଼ା: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଛି । ଏହାପରେ ୟୁକ୍ରେନରେ ୧୮ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଯେଉଁଥିରେ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ସାମିଲ ରହିଛନ୍ତି ।

Russia-Ukraine War: ୟୁକ୍ରେନ୍‌ରେ ଫସିଛନ୍ତି ବନ୍ଧବାହାଲର ୨୦ ଛାତ୍ରଛାତ୍ରୀ

ତେବେ ଏହି ଛାତ୍ରଛାତ୍ରୀ ସେଠାରେ ନିଜକୁ ଅସୁରକ୍ଷିତ ମଣୁଥିବା ନେଇ ସୂଚନା ନିଜ ପରିବାରକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ସୁରକ୍ଷିତ ରହିଛନ୍ତି । ତେବେ ଏହି ଯୁଦ୍ଧ ଆରମ୍ଭ ହେବାପରେ ଚିନ୍ତାରେ ପଡ଼ି ଯାଇଛନ୍ତି ଅଭିଭାବକ । ୟୁକ୍ରେନ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ୍ ଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଅଭିଭାବକ ।

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଦୁଇଥର କିଛି ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଇଥିବାବେଳେ ବାକି ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ପୁଣି ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର ।


ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.