ETV Bharat / state

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି ବିଧାୟକ କିଶୋରଙ୍କ ପତ୍ନୀ, କହିଲେ ମନକଥା

author img

By

Published : Mar 24, 2022, 6:44 PM IST

ହାଇକମାଣ୍ଡ ଚାହିଁଲେ ଉପନିର୍ବାଚନରେ ପ୍ରାର୍ଥୀ ହେବି । ସ୍ବାମୀଙ୍କ ଅଧୁରା ସ୍ବପ୍ନ ସାକାର କରିବି । ଏମିତି କହିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି । ପୌର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପ୍ରତିକ୍ରିୟାରେ ଏପରି କହିଛନ୍ତି ଅଳକା । ଅଧିକ ପଢନ୍ତୁ

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି ବିଧାୟକ କିଶୋରଙ୍କ ପତ୍ନୀ
ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି ବିଧାୟକ କିଶୋରଙ୍କ ପତ୍ନୀ

ଝାରସୁଗୁଡା: ମୋ ସ୍ବାମୀଙ୍କର ଅନେକ ସ୍ବପ୍ନ ଥିଲା । କିଛି ପୁରଣ ହୋଇଛି କିଛି ଅଧୁରା ରହିଛି । ହାଇକମାଣ୍ଡ ଚାହିଁଲେ ଉପନିର୍ବାଚନରେ ପ୍ରାର୍ଥୀ ହେବି । ସ୍ବାମୀଙ୍କ ଅଧୁରା ସ୍ବପ୍ନ ସାକାର କରିବି । ଏମିତି କହିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି । ପୌର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପ୍ରତିକ୍ରିୟାରେ ଏପରି କହିଛନ୍ତି ଅଳକା ।

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି ବିଧାୟକ କିଶୋରଙ୍କ ପତ୍ନୀ

ସୂଚନାଅନୁସାରେ, ଆଜି ଶେଷ ହୋଇଥିବା ପୌର ନିର୍ବାଚନରେ ମନମୋହନ ସ୍କୁଲ ସ୍ଥିତ ବୁଥ ନଂ-୮୦ରେ ଭୋଟ ଦେଇଛନ୍ତି ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା । ତାଙ୍କ ପୁଅ ସହିତ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ଯିଏ ଅଞ୍ଚଳର ସମସ୍ୟାକୁ ଦୂର କରିବ , ଅଞ୍ଚଳର ବିକାଶ କରିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କହିଛନ୍ତି ବୋଲି ଅଳକା ମହାନ୍ତି । ଅନ୍ୟ ପକ୍ଷରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନରେ ଦଳର ହାଇକମାଣ୍ଡ ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ଉପ ନିର୍ବାଚନରେ ପ୍ରାର୍ଥିନୀ ହେବେ ବୋଲି କହିଛନ୍ତି ।

ସ୍ବାମୀଙ୍କ ଅଧୂରା ସ୍ବପ୍ନକୁ ପୂରଣ ପାଇଁ ଚେଷ୍ଟା କରିବି । କିଶୋରଙ୍କ ପରଲୋକ ଯୋଗୁଁ ଖାଲି ପଡ଼ିଛି ବ୍ରଜରାଜନଗର ଆସନ । ଏଠାରେ ଖୁବଶୀଘ୍ର ଉପନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର କୁମାର ମହାନ୍ତିଙ୍କର 2021 ଡିସେମ୍ବର ୩୦ରେ ଅକାଳ ବିୟୋଗ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଥିଲା ।


ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.