ETV Bharat / state

ଝାରସୁଗୁଡା ସମର୍ଥ ହତ୍ୟାକାଣ୍ଡ ଘଟଣା, ବୁର୍ଲାରେ ସିନ ରିକ୍ରିଏସନ୍‌ କରୁଛି ଝାରସୁଗୁଡା ପୋଲିସ

author img

By

Published : Apr 2, 2023, 9:18 PM IST

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା । ବୁର୍ଲା ୱାନ ଆର କଲୋନୀରେ ଝାରସୁଗୁଡା ପୋଲିସ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି । ଅଧିକ ପଢ଼ନ୍ତୁ

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା
ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା

ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା

ଝାରସୁଗୁଡା: ବହୁ ଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା । ଏହି ଘଟଣାର ତଦନ୍ତ ନେଇ ବୁର୍ଲା ୱାନ ଆର କଲୋନୀରେ ଝାରସୁଗୁଡା ପୋଲିସ । ଅଭିଯୁକ୍ତକୁ ନେଇ ସିନ୍‌ ରିକ୍ରିଏସନ କରିଛି ଝାରସୁଗୁଡା ପୋଲିସ । ତେବେ ସୂଚନା ଅନୁଯାୟୀ ଆଜି ଝାରସୁଗୁଡା ପୋଲିସ ୱାନ ଆର କଲୋନୀର ଗଣେଶ ନାଏକ ଘରକୁ ଆସି ସିନ ରିକ୍ରିଏସନ କରିଛି । ଘଟଣା ଦିନ ବୁର୍ଲା ଗଣେଷଙ୍କ ଘରକୁ ଦୁଇ ଅଭିଯୁକ୍ତ ସମର୍ଥକୁ ନେଇ ପହଞ୍ଚି ଥିଲେ ।

ଗଣେଶ ତାଙ୍କ ଘରର ଉପର ମହଲାର ଏକ ରୁମ୍‌ରେ 2 ଅଭିଯୁକ୍ତ ଗୋଟିଏ ରାତି ରହିଥିଲେ । ପରେ ସମର୍ଥଙ୍କୁ ସେଠାରେ ଛାଡି ବୁର୍ଲା ମେଟାକାନି ରେଷ୍ଟୁରାଣ୍ଟକୁ ଗଣେଷ ନାଏକଙ୍କ ସହ ଖାଇବା ନେବାକୁ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଯାଇଥିଲା । ରେଷ୍ଟୁରାଣ୍ଟରୁ ଖାଇବା ନେଇ ପୁଣି ୱାନ୍‌ ଆର କଲୋନୀକୁ ଫେରି ଯାଇଥିଲେ 2 ଅଭିଯୁକ୍ତ । ଗୋଟିଏ ରାତି ଏଠାରେ ରହିଲା ପରେ ବଡି ଭୋରରୁ ସେମାନେ ବରଗଡ଼ ଅଭିମୁଖେ ଚାଲି ଯାଇଥିଲେ । ଏହି ତମାମ ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛି ଝାରସୁଗୁଡା ପୋଲିସ । ଏହାସହ ମେଟାକାନି ରେଷ୍ଟୁରାଣ୍ଟର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ରହିଛି ।

ଅଧିକ ପଢ଼ନ୍ତୁ: କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ଅମ୍ପାୟାରକୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଆୟୋଜକଙ୍କ ମୃତ୍ୟୁ

ତେବେ ସୂଚନା ଆନୁଯାୟୀ, ସରବାହାଲ କ୍ରିଷ୍ଣା ଏନକ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲଙ୍କୁ ମାର୍ଚ୍ଚ 27 ତାରିଖରେ ଅପହରଣ କରାଯାଇଲା । ଫୋନ୍‌ରେ ନାବାଳକକୁ ଫେରାଇବା ପାଇଁ ପରିବାରକୁ 50 ଲକ୍ଷ ଟଙ୍କା ଦାବି ମଧ୍ୟ କରାଯାଇଥିଲା । ତେବେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଲା ଅପହୃତ ନାବଳକର ମୃତଦେହ ମିଳିଥିଲା । ପରେ 29 ମାର୍ଚ୍ଚ ମଧ୍ୟରାତ୍ରିରେ ପୋଲିସ ଅଭିଯୁକ୍ତ ଅମିତ କୁମାର ଶର୍ମା ଏବଂ ଦୀନେଶ ଅଗ୍ରୱାଲଙ୍କୁ ଚିହ୍ନଟ କରି ଗିରଫ ରଖିଥିଲେ ।

ତେବେ ଏହି ଘଟଣା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ମିଳିବା ପରଠୁ ସମର୍ଥଙ୍କ ସ୍କୁଲରେ ରହିଛି ଶୋକାକୁଳ ପରିବେଶ । ସେହି ନାବାଳକ ଆତ୍ମାର ସଦଗତି ପାଇଁ ସ୍କୁଲ୍‌ରେ କରାଯାଇଥିଲା ନୀରବ ପ୍ରାର୍ଥନା । ଅନ୍ୟପଟେ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.