ETV Bharat / state

ବିରୋଧୀ ନେତାଙ୍କୁ ପୌରାଧ୍ୟକ୍ଷାଙ୍କ ଜବାବ, ମୁଁ କାହାରି ରିମୋଟ କଣ୍ଟ୍ରୋଲ ନୁହେଁ

author img

By ETV Bharat Odisha Team

Published : Jan 17, 2024, 12:31 PM IST

Jharsuguda Municipality Chairperson slams BJP: ବିରୋଧୀ ନେତାଙ୍କୁ କଡ଼ା ଜବାବ ଦେଲେ ଝାରସୁଗୁଡା ପୌରାଧ୍ୟକ୍ଷା । କହିଲେ ମୁଁ କାହାରି ରିମୋଟ କଣ୍ଟ୍ରୋଲ ନୁହେଁ । ଅଧିକ ପଢନ୍ତୁ

Jharsuguda municipality chairperson slams BJP
ବିରୋଧୀ ନେତାଙ୍କୁ ପୌରାଧ୍ୟକ୍ଷାଙ୍କ ଜବାବ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିରୋଧୀ ନେତାଙ୍କୁ ଜବାବ ଦେଲେ ପୌରାଧ୍ୟକ୍ଷା । ପୌରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଓ ବିରୋଧୀ କାଉନସିଲରମାନଙ୍କୁ ପାତରଅନ୍ତର କରାଯାଉଥିବା ନେଇ ବିଜେପି ଅଭିଯୋଗ କରିଥିଲା । ଏହାକୁ ଖଣ୍ଡନ କରି ପୌରାଧ୍ୟକ୍ଷା ରାନୀ ହାତୀ କହିଛନ୍ତି ଯେ, ପୌରାଞ୍ଚଳର ୨୪ ଗୋଟି ୱାର୍ଡ ମଧ୍ୟରୁ ୱାର୍ଡ ନଂ ୩, ୧୩ ଓ ୧୯ରେ ବିଜେପିର ତିନି ଜଣ କାଉନସିଲର ଥିବାବେଳେ ଏହି ୱାର୍ଡମାନଙ୍କରେ ବିନା କୌଣସି ପାତରଅନ୍ତରରେ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହେଉନାହିଁ । କିନ୍ତୁ ଏଥିରେ ବିଜେପି ନେତାମାନେ ହତାସ ଏଵଂ ଈର୍ଷା ପରାୟଣ ହୋଇ ମନଗଢା ଅଭିଯୋଗ କରିଛନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ମୁଁ କାହାରି ରିମୋଟ କଣ୍ଟ୍ରୋଲ ନୁହେଁ ବୋଲି କହିଛନ୍ତି ପୌରାଧ୍ୟକ୍ଷା ।

ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ରାନୀ ହାତୀ ଗତ ଗତବର୍ଷ ଏପ୍ରିଲରୁ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ଯାଏଁ ହୋଇଥିବା ସମସ୍ତ ବିକାଶମୂଳକ କାର୍ଯ୍ୟର ବିବରଣୀ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ତାଙ୍କର ସୂଚନା ଅନୁସାରେ, ବିକାଶମୂଳକ କାର୍ଯ୍ୟ ମଧ୍ୟରେ ଗୋଟିଏ ସ୍ମାର୍ଟ ପାର୍କ, ୧୩ ଗୋଟି ମିନି ପାର୍କ, ୧୮ ଗୋଟି ସ୍ଥାନରେ ଓପନ ଜିମ, ୯୦୨ଟି ଭୂମି ପ୍ରଦାନ ପତ୍ର, ୭୫୪ ଗୋଟି ଓଏପି ପ୍ରଦାନ, ୨୨୦ ଏସଏଚଜି ଗ୍ରୁପକୁ ବ୍ୟାଙ୍କ ଲୋନ ସହାୟତା, ୪୭୩ ଜଣ ଷ୍ଟ୍ରିଟ ଭେଣ୍ଡରଙ୍କୁ ଲୋନ ପ୍ରଦାନ, ୯୯ ଜଣ ଉଠା ଦୋକାନୀଙ୍କୁ ଦୋକାନ ଗୃହ, ୬୪ ଜଣ ବିସ୍ଥାପିତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି ।

ସେହିପରି ସହରର ବିକାଶ ପାଇଁ ୩୪୫ ଖୁଣ୍ଟ ଏବଂ ଆଲୋକୀକରଣ ଲାଗି ୪୩୮ ଗୋଟି ଲାଇଟ୍ ସଂଯୋଗ କରାଯିବାର ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୨୦ ଗୋଟି ପୋଖରୀର ପୁନରୁଦ୍ଧାର ପାଇଁ ଆବେଦନ ହୋଇଛି । ସେଥିମଧ୍ୟରୁ ୧୪ ଗୋଟି ପୋଖରୀକୁ ସ୍ଵୀକୃତି ପ୍ରଦାନ କରାଯାଇଛି । ଏଥିପାଇଁ ୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବାର ଲକ୍ଷ୍ୟ ରଖାଯାଇଛି ।

ବିଗତ ବର୍ଷେ ୯ ମାସ ପୌର ପରିଷଦ କାର୍ଯ୍ୟକାଳରେ ପ୍ରାୟ ୪୨.୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ଆରମ୍ଭ ସହ ପ୍ରାୟ ୨୫ କୋଟି ବ୍ୟୟ ଅଟକଳରେ ଅନେକ ପ୍ରକାର ପାଇପ ଲାଇନ୍ ତଥା ଅନ୍ୟାନ୍ୟ ଯୋଜନା ଅବ୍ୟାହତ ରହିଛି । ଏହା ବ୍ୟତୀତ ୨୦୫ ଗୋଟି ଏସଏଚଜି ଗୋଷ୍ଠୀକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ପାଖାପାଖି ୯.୫୦ କୋଟି ଟଙ୍କାର ସହଯୋଗ କରାଯାଇଛି ।

ତେବେ ଦାୟିତ୍ବ ଗ୍ରହଣ କରିବା ପରେ ପୌରାଞ୍ଚଳର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସେ ତତ୍ପର ରହିବା ସହ କାହାରି ରିମୋଟ କଣ୍ଟ୍ରୋଲ ନୁହନ୍ତି ବୋଲି ପୌରାଧ୍ୟକ୍ଷା କହିଛନ୍ତି । ଏଥିସହ ବିଜେପି ନେତା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବର୍ଗୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଦେଖିଥିବା ସ୍ବପ୍ନକୁ ସାକାର କରିବା ସଙ୍ଗେ ସଙ୍ଗେ ବିଧାୟିକା ସୁଶ୍ରୀ ଦିପାଲୀ ଦାସ ଜନସାଧାରଣଙ୍କୁ କରିଥିବା ପ୍ରତିଶ୍ରୁତି ଓ ନୂତନ ଝାରସୁଗୁଡ଼ା ନିର୍ମାଣ ଦିଗରେ କାର୍ଯ୍ୟ କରିବୁ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.