ETV Bharat / state

ଯାଜପୁରରେ ଚାଲିଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

author img

By

Published : Mar 13, 2022, 2:07 PM IST

ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । କୋରେଇ ବ୍ଳକ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସସ୍ମିତା ତରେଇ ଆଗରେ ଥିବା ଜଣାପଡିଛି । ଯାଜପୁର ବ୍ଲକ ଅଧ୍ୟକ୍ଷା ଭାବେ ନାଥସାହି ପଞ୍ଚାୟତର ସମିତି ସଭ୍ୟା ସ୍ବର୍ଣ୍ଣଲତା ପରିଡା ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ଅଧକ୍ଷା  ନିର୍ବାଚନ : କୋରେଇ ବ୍ଳକ ୧ ଜୋନରେ  ସସ୍ମିତା ତରେଇ ଆଗରେ
ଜିଲ୍ଲା ପରିଷଦ ଅଧକ୍ଷା ନିର୍ବାଚନ : କୋରେଇ ବ୍ଳକ ୧ ଜୋନରେ ସସ୍ମିତା ତରେଇ ଆଗରେ

ଯାଜପୁର: ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ । ଏନେଇ କୋରେଇ ବ୍ଳକ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସସ୍ମିତା ତରେଇ ଆଗରେ ଥିବା ଜଣାପଡିଛି । ଜିଲ୍ଲାର ୩୯ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି ସମସ୍ତ ଜୋନରେ ବିଜୟ ଲାଭ କରିଥିବାରୁ ଶାସକ ବିଜେଡି ଯାହାର ନାଁରେ ମୋହର ମାରିବ ସେ ଅଧ୍ୟକ୍ଷା ପଦ ହାତେଇବ ବୋଲି କୁହାଯାଇଛି । କୋରେଇ ବ୍ଲକର ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ତରେଇ ଏହି ଦୌଡରେ ଆଗରେ ଥିବାବେଳେ ବ୍ଲକର ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ନଳିନୀ ପ୍ରଭା ଜେନା ମଧ୍ୟ ଏହି ଦୌଡ଼ରେ ସାମିଲ ଥିବା ଜଣାପଡିଛି ।

ଜିଲ୍ଲା ପରିଷଦ ଅଧକ୍ଷା ନିର୍ବାଚନ : କୋରେଇ ବ୍ଳକ ୧ ଜୋନରେ ସସ୍ମିତା ତରେଇ ଆଗରେ

ସେହିପରି ଗତକାଲି ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଞ୍ଚାୟତର ସମିତି ସଭ୍ୟା ସ୍ବର୍ଣ୍ଣଲତା ପରିଡା ନିର୍ବାଚିତ ହୋଇଛନ୍ତି। ଯାଜପୁର ବ୍ଲକ ର 26 ଟି ପଞ୍ଚାୟତରେ ଅଧିକାଂଶ ସମିତି ସଭ୍ୟା ବିଜୁ ଜନତା ଦଳ ସମର୍ଥୀତ ହୋଇଥିବାରୁ ସ୍ବର୍ଣ୍ଣଲତା ଏକ ମାତ୍ର ପ୍ରାର୍ଥୀନି ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସ୍ବର୍ଣ୍ଣଲତାଙ୍କୁ ବ୍ଲକ ଅଧକ୍ଷା ଭାବେ ଘୋଷଣା କରିଥିଲେ।

ତେବେ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଯାଜପୁର ବ୍ଲକର ବିକାଶ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସ୍ବର୍ଣ୍ଣଲତା । ସେହିପରି ଦଶରଥପୁର ବ୍ଳକର ଅଧ୍ୟକ୍ଷ ହୋଇଛନ୍ତି ଦିଗାମ୍ବର ମଲ୍ଲିକ । ବ୍ଲକ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ନୂତନ ବ୍ଲକ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.