ETV Bharat / state

ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

author img

By

Published : Aug 26, 2022, 4:45 PM IST

ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ । ଅଧିକ ପଢନ୍ତୁ

ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ
ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ପୁଣି ନଦୀକୁ ଡେଇଁଲେ ଯୁବତୀ । ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ (Kharasrota River) ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବତୀ ଜଣକ । ଆଜି ସକାଳୁ ଖରସ୍ରୋତା ନଦୀକୁ ଡେଇଁବା ସମୟରେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ।

ଯାଜପୁର ଜିଲ୍ଲା (Jajpur District) କୁଆଖିଆ ଥାନା ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ଜଣକ ନିଖୋଜ । ଯୁବତୀ ଜଣକ ସ୍ଥାନୀୟ ଶ୍ରୀବନ୍ତପୁର ପଞ୍ଚାୟତ ସାରଙ୍ଗପୁର ଗ୍ରାମର ବେଣୁଧର ନାୟକଙ୍କ ଝିଅ ବୋଲି ସୂଚନା ମିଳିଛି । ସକାଳୁ ସକାଳୁ ଯୁବତୀ ଜଣକ ଖରସ୍ରୋତା ନଦୀକୁ ଡେଇଁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ତେବେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ସମୟରେ ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଯୁବତୀଙ୍କୁ ଖରସ୍ରୋତା ନଦୀରେ ଖୋଜାଖୋଜି କରିଥିଲେ । ହେଲେ ଯୁବତୀଙ୍କ କୌଣସି ଖୋଜ ଖବର ପାଇନଥିିଲା ଅଗ୍ନିଶମ ବାହିନୀ । ତେବେ ଏବାବଦରେ ଯୁବତୀଙ୍କ ଘର ଲୋକଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କ ଝିଅ ନଦୀକୁ ଡେଇଁବା ପରେ ନିଖୋଜ (missing after drown to river) ରହିଛି । କେଉଁ କାରଣରୁ ସେ ନଦୀକୁ ଡେଇଁଲେ ତାହା ପରିବାର ଲୋକ ଜାଣି ନଥିବା କହିଛନ୍ତି ।

ସେପଟେ କିଛି ମାସ ତଳେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଖରସ୍ରୋତା ନଦୀକୁ ଜଣେ ନାବାଳିକା ଡେଇଁବାର ଖବର ରହିଛି । ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ଖରସ୍ରୋତା ନଦୀକୁ ଜଣେ ନାବାଳିକାଟି ଡେଇଁପଡି ଥିଲା । ସୂଚନାଯୋଗ୍ୟ ସକାଳୁ ନାବାଳିକା ଜଣକ ସାଇକେଲ ଯୋଗେ ଯୋକଡିଆ ବ୍ରିଜ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ । ପରେ ବ୍ରିଜ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.