ETV Bharat / state

ସରିଲା ଜିଲ୍ଲା ମହୋତ୍ସବ, ବଲିଉଡ କଣ୍ଠଶ୍ରିଳ୍ପୀ ହର୍ଷଦୀପ କୌରଙ୍କ ଗୀତରେ ଝୁମିଲେ ଦର୍ଶକ

author img

By

Published : Feb 14, 2023, 4:10 PM IST

୬ ଦିନ ଧରି ଚାଲିଥିବା ଯାଜପୁର ମହୋତ୍ସବ ଉଦଯାପିତ । ଶେଷ ସନ୍ଧ୍ଯାରେ ବଲିଉଡ ଏବଂ ଓଲିଉଡ କଳାକାରଙ୍କ ଗିତର ତାଳେତାଳେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

ଉଦଯାପିତ ହେଲା ଯାଜପୁର ଜିଲ୍ଲା ମହୋତ୍ସବ-2023
ଉଦଯାପିତ ହେଲା ଯାଜପୁର ଜିଲ୍ଲା ମହୋତ୍ସବ-2023

ଉଦଯାପିତ ହେଲା ଯାଜପୁର ଜିଲ୍ଲା ମହୋତ୍ସବ-2023

ଯାଜପୁର: ଯାଜପୁର ମହୋତ୍ସବ-୨୦୨୩ର ଶେଷ ସନ୍ଧ୍ୟାରେ ଝୁମିଲେ ଦର୍ଶକ। ଗତ ୬ ଦିନ ଧରି ଚାଲିଥିବା ଯାଜପୁର ମହୋତ୍ସବ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ କଣ୍ଠଶିଳ୍ପୀ ହର୍ଷଦୀପ କୌର ଏବଂ ସାରିକା ସିଂ। ଉଭୟ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ସାରିକା ସିଂ ଓଡ଼ିଆ ଗୀତ ଅଭିମାନିନୀ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ। ବଲିଉଡ କଣ୍ଠଶିଳ୍ପୀ ହର୍ଷଦୀପ କୌରଙ୍କ ଗୀତରେ ଝୁମିଥିଲେ ଦର୍ଶକ। ପ୍ରଥମେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ହର୍ଷଦୀପ ଏବଂ ସାରିକାଙ୍କ ଗୀତ ଶୁଣିବାକୁ ଯାଜପୁର ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଦର୍ଶକ ସାମିଲ ହୋଇଥିଲେ।

ଯାଜପୁର ମ‌ହୋତ୍ସବର ଶେଷ ସନ୍ଧ୍ୟାରେ ଉଭୟ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଦର୍ଶକ ବେଶ ମନ ଭରି ଏହି ସନ୍ଧ୍ୟାକୁ ଉପଭୋଗ କରିଥିଲେ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପରିବେଶ ବେଶ ଉତ୍ସବ ମୁଖର ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସୁନାମ ଧନ୍ୟ କଳାକାର ଏହି ମ‌ହୋତ୍ସବର ଯୋଗଦେଇ ଲୋକଙ୍କୁ ନିଜ ଗୀତ ଏବଂ ନୃତ୍ୟରେ ବାନ୍ଧି ରିଖିଥିଲେ । ତେବେ ଏହି ମହୋତ୍ସବରେ ଅନେକ ବିଦେଶି କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ରାଜ୍ଯ ଏବଂ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଇଥିଲା। ତେବେ 8 ତାରିଖରୁୁ ଅରମ୍ଭ ହୋଇଥିବା ଏହି ମହୋତ୍ସବ 13 ତାରିଖରେ ଶେଷ ହୋଇଛି। ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଥିଲା।

ଏହାସହ ସ୍ଥାନୀୟ କଳାକାରଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବଲିଉଡ କଣ୍ଠଶିଳ୍ପୀ ହର୍ଷଦୀପ କୌରଙ୍କ ଙ୍କ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶାର ପାମ୍ପାରିକ ଓଡ଼଼ିଶି ନୃତ୍ୟ ମ‌ହୋତ୍ସବର ଶେଷ ସଂଧ୍ୟାର ମୁଖ୍ୟ ଆର୍କଷଣର କେନ୍ଦ୍ରଥିଲା । ଏହାସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ ଶିଳ୍ପୀଙ୍କ ଆଞ୍ଚଳିକ ଲୋକକଳା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଗତ ଦୁଇ ବର୍ଷ ପରେ ଏହି ଜିଲ୍ଲା ମହୋତ୍ସବ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ରୁ ଊର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀ ପଲ୍ଳୀଶ୍ରୀ ମେଳାରେ ସାମିଲ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ପଲ୍ଲୀଶ୍ରୀ ମେଳାକୁ 15ତାରିଖ ପର୍ଯ୍ୟନ୍ତ ବଢିବା ପାଇଁ ଘୋଷଣା କରାଯାଇଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.