ETV Bharat / state

Iftar Party: ଯାଜପୁରରେ ଖୁବଶୀଘ୍ର ହେବ ଇଦଗା, ଇଫତାର ପାର୍ଟିରେ ବିଧାୟକଙ୍କ ଘୋଷଣା

author img

By

Published : Apr 18, 2022, 4:53 PM IST

ଯାଜପୁରରେ ହେବ ଇଦଗା(Eidgah) । ଏନେଇ ପ୍ରତିଶୃତି ଦେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

ଯାଜପୁରରେ ହେବ ଇଦଗା, ପ୍ରତିଶୃତି ଦେଲେ ବିଧାୟକ
ଯାଜପୁରରେ ହେବ ଇଦଗା, ପ୍ରତିଶୃତି ଦେଲେ ବିଧାୟକ

ଯାଜପୁର: ଭାଇଚାରାର ସହର ଯାଜପୁରରେ ନିର୍ମାଣ ହେବ ଇଦଗା(Eidgah) । ଇଫତାର ପାର୍ଟିରେ(Iftar Party)ଯୋଗଦେଇ ପ୍ରତିଶୃତି ଦେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହୋଇ ଏଭଳି ଘୋଷଣା କରିଛନ୍ତି ବିଧାୟକ ।

ଯାଜପୁରରେ ହେବ ଇଦଗା, ପ୍ରତିଶୃତି ଦେଲେ ବିଧାୟକ

ସମସ୍ତେ ସବୁ ଧର୍ମର ପର୍ବରେ ସାମିଲ ହୋଇ ସବୁ ବେଳେ କିଛି ନୂଆ ବାର୍ତ୍ତା ଦେଇଥାନ୍ତି । ଯାଜପୁର ସହରରେ ବସବାସ କରୁଥିବା ମୁସଲମାନମାନଙ୍କ ପାଇଁ ଏକ ସୁନ୍ଦର ଇଦଗା ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିପାଇଁ ଏକ କମିଟି ଖୁବଶୀଘ୍ର ଗଠନ ହେବ ଓ ଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରଣବ କହିଛନ୍ତି । ଯାଜପୁର ମୁସଲିମ ୟୁଥ ଫୋରମ ପକ୍ଷରୁ ଆୟୋଜିତ ଏହି ଇଫତାର ପାର୍ଟିରେ ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟ କେଶରୀ ଦାସଙ୍କ ସମେତ ଜିଲାର ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇ ଭାଇଚାରାର ବାର୍ତ୍ତା ଦେଇଥିଲେ ।

ଯାଜପୁରରୁ ଜ୍ଞାନରଜ୍ଞନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.