ETV Bharat / state

ବିଜେଡିରେ ଯୋଗଦେଲେ ବିଜେପି ନେତା

author img

By

Published : Aug 4, 2019, 5:13 PM IST

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ବିଜେପି ନେତା କୈଳାସ ପହୀ । ନାଥସାହି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ନାଥସାହି ପଞ୍ଚାୟତରେ ବିଜୁ ଜନତା ଦଳର ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ବିଜେପି ନେତା କୈଳାସ ପହୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କୈଳାସ ପହୀ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଥିସହିତ ସ୍ଥାନୀୟ ଅଞ୍ଚଳର ସମସ୍ୟା ସଂପର୍କରେ କୈଳାସ ବିଧାୟକଙ୍କୁ ଅବଗତ କରିଥିଲେ । ଜବାବରେ ବିଧାୟକ କେବଳ ନାଥସାହି ପଞ୍ଚାୟତ ନୁହେଁ, ସମଗ୍ର ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ମିଶ୍ରଣ ସମାବେଶରେ ଯାଜପୁର ବ୍ଲକ ବିଜେଡି ସଭାପତି ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Sulg –Mishran
Format – Avo
Report – Gyana ranjan ojha
Place – jajpur
Date-04.08.2019
ଆଙ୍କର
ଯାଜପୁର ବ୍ଲକ ନାଥସାହି ପଂଚାୟତରେ ବିଜୁ ଜନତା ଦଳର ଏକ ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ନେତା କୈଳାସ ପହୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିକଟରେ ବିଜେଡିରେ ଯୋଗ ଦେଇଛି । ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ କୈଳାସ ପହୀ ବିଜେଡିରେ ଯୋଗ ଦେଇଥିବା କହିଥିଲେ । ଏଥିସହିତ ସ୍ଥାନୀୟ ଅଂଚଳର ସମସ୍ୟା ସଂପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ । ଜବାବରେ ବିଧାୟକ କେବଳ ନାଥସାହି ପଂଚାୟତ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୃତିଦେଇଥିଲେ । ଏହି ମିଶ୍ରଣ ସମାବେଶରେ ଯାଜପୁର ବ୍ଲକ ବିଜେଡି ସଭାପତି ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.