ETV Bharat / state

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ

author img

By

Published : Dec 12, 2020, 4:16 PM IST

ଯାଜପୁର ସଦର ଥାନା ବୁଢା ଘାଟ ନିକଟରେ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ
ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ମୃତ

ଯାଜପୁର: ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା । ଯାଜପୁର ସଦର ଥାନା ବୁଢା ଘାଟ ନିକଟରେ ଆଜି(ଶନିବାର) ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ତେବେ ଏ ଯାଏଁ ମୃତକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବାଲି ଟ୍ରକ ଚଳାଚଳ ଫଳରେ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଛି । ଆଜିର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.