ETV Bharat / state

ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ

author img

By

Published : Jun 6, 2022, 6:46 PM IST

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ । ବନବିଭାଗ ଭାଲୁଟିକୁ ପୁନଶ୍ଚ ଜଙ୍ଗଲକୁ ଘଉଡାଇ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ
ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ

ଯାଜପୁର: ଜିଲ୍ଲାର ବଡଚଣା ବ୍ଲକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ । ସୂଚନା ମୁତାବକ, ଢେଙ୍କନାଳ ଜିଲ୍ଲା ନିଶ୍ଚନ୍ତା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏକ ଭାଲୁ ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତ ଗୋଡ଼ିମାଗୁରା ଅଞ୍ଚଳକୁ ପଶିଆସିଛି । ଖବର ପାଇ ଚଣ୍ଡିଖୋଲ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଗୋଡ଼ିମାଗୁରା ଅଞ୍ଚଳରେ ପହଞ୍ଚିଛନ୍ତି । ଭାଲୁକୁ ଢେଙ୍କାନାଳ ଜଙ୍ଗଲକୁ ଘଉଡାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି ।

ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ

ଅନ୍ୟପକ୍ଷରେ ଜଙ୍ଗଲ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଭାଲୁ ଆକ୍ରମଣରେ କେହି ଯେପରି ଶିକାର ନହେବେ, ସେଥିପାଇଁ ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରାଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.