ETV Bharat / state

ଆଖୁଟ୍ରକରେ ପିଟି ହେଲା ବାଇକ, ସିସିଟିଭିରେ ଦୁର୍ଘଟଣାର ଦୃଶ୍ୟ

author img

By

Published : Jan 3, 2020, 12:28 PM IST

ଯାଜପୁର ଜିଲ୍ଲାର ବରୀ-ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟରେ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରତର ହୋଇଛନ୍ତି । ଦୁର୍ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ ହୋଇଛି କଏଦ ।

Accident view capture in cctv footage in jajpur
ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ

ଯାଜପୁର: ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ । ଶୁକ୍ରବାର ଯାଜପୁର ଜିଲ୍ଲାର ବରୀ-ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟରେ ହୋଇଥିବା ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଛି । ଏକ ମୋଟର ସାଇକେଲ ସହ ଆଖୁ ଟ୍ରକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ 2 ଜଣଙ୍କ ଗୁରୁତର ହୋଇଛନ୍ତି । ମୃତକ ହେଲେ ବନ୍ଧାଡିହ ଗ୍ରାମର ଚିନ୍ମୟ ମଲ୍ଲିକ ।

ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ

ସୂଚନାନୁସାରେ, ବରୀରୁ ଏକ ଆଖୁ ବୋଝେଇ ଟ୍ରକ ଯାଜପୁର ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଏହା ପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଜଣେ ସାଇକେଲ ଆରୋହୀଙ୍କୁ ମଟର ସାଇକେଲ ଧକ୍କା ଦେଇଥିଲା । ଫଳରେ ଚିନ୍ମୟଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ଭାଇ ବଣ୍ଟି ମଲ୍ଲିକ ଓ ସାଉକେଲ ଆରୋହୀ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା କଡରେ ମଦ ଦୋକାନ ଥିବାରୁ ଅନେକ ସମୟରେ ମଦ୍ୟପାନ କରି ଚାଳକ ଗାଡି ଚଳାଇଥାନ୍ତି । ଯଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:VisBody:VisConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.