ETV Bharat / state

ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ, ଅଭିଯୋଗ ପରେ ବିଭିନ୍ନ ଯୋଜନା ପାଇଁ କଲେ ବ୍ୟୟ ବରାଦ

author img

By ETV Bharat Odisha Team

Published : Sep 1, 2023, 10:16 PM IST

5T ସଚିବ ଭିକେ ପାଣ୍ଡିଆନଙ୍କ ୩ ଦିନିଆ ଯାଜପୁର ଗସ୍ତ ଆଜି ଶେଷ ହୋଇଛି । ଏହା ସହିତ ସଚିବଙ୍କ ସମସ୍ତ ୩୦ ଜିଲ୍ଲା ଗସ୍ତ ମଧ୍ୟ ଶେଷ ହୋଇଛି । ତେବେ ଏଠାରେ ଏହି ୬ ମାସର ବିଭିନ୍ନ ଗସ୍ତ ଅନୁଭୂତି ବାଣ୍ଟିବା ସହ ଲୋକଙ୍କ ଅଭିଯୋଗ ଶୁଣି ଅନେକ ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ କରିଥିଲେ ସଚିବ । ଅଧିକ ପଢ଼ନ୍ତୁ

ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ
ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ
ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ

ଯାଜପୁର: ଶେଷ ହୋଇଛି 5T ସଚିବ ଭିକେ ପାଣ୍ଡିଆନଙ୍କ ୩ ଦିନିଆ ଯାଜପୁର ଗସ୍ତ । ଏହି ଗସ୍ତ କାର୍ଯ୍ୟକ୍ରମରେ ଆଜି ପାଣ୍ଡିଆନଙ୍କର କୋରେଇରେ ଥିଲା ଶେଷ ସଭା । ତେବେ ସଚିବଙ୍କ ଏହି ତିନି ଦିନିଆ ଜିଲ୍ଲା ଗସ୍ତକୁ ନେଇ ମିଶନ ଶକ୍ତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଯେତିକି ଉତ୍ସାହିତ ଥିଲେ ପ୍ରଶାସନିକସ୍ତରରେ ସେତିକି ତତ୍ପରତା ପ୍ରକାଶ ପାଇଥିଲା । ପାଣ୍ଡିଆନ ପର୍ଯ୍ୟାୟ କ୍ରମେ ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ୭ଟି ଯାକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ସେ ବିଶେଷ କରି ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତିର କାର୍ଯ୍ୟକୁ ପ୍ରଶଂସା କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ ହୋଇ ଆଗକୁ ବଢିବାର ମାର୍ଗ ଦେଖାଇଥିଲେ । ତେବେ ସଚିବଙ୍କ ପ୍ରତି ସମାବେଶରେ ବହୁ ସଂଖ୍ୟାରେ ମହିଳା, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ସାମିଲ ହୋଇଥିଲେ । ସେପଟେ 5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ତୀବ୍ର ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।

ତେବେ ଆଜି 5T ସଚିବଙ୍କ ତୃତୀୟ ତଥା ଶେଷ ଦିନରେ ସକାଳେ ସେ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରିବା ସହିତ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ପାନ୍ଥନିବାସ ପରିସରରେ ଥିବା ଅତ୍ୟାଧୁନିକ ମିଶନ ଶକ୍ତି କାଫେ ବୁଲି ଦେଖିବା ସହ ମହିଳାମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ପରେ ଯାଜପୁର ପୌରପାଳିକା ଅନ୍ତର୍ଗତ ମିଶନଶକ୍ତି ଭବନରେ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା କରିଥିଲେ ସଚିବ । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସଚେତନ କରିଥିଲେ । ଏଥିସହ ଯାଜପୁରରେ ନିର୍ମାଣାଧୀନ ମେଡିକାଲ କଲେଜ ପହଞ୍ଚି ପରିଦର୍ଶନକରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । 5T ପର୍ଯ୍ୟାୟ କ୍ରମେ ଜିଲ୍ଲା ହେଡକ୍ବାଟର ସମେତ ଜିଲ୍ଲାର ୭ଟି ଯାକ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରି ସରକାର ଯୋଜନା କରିଥିବା ଏବଂ ଏଥିପାଇଁ ଅର୍ଥବରାଦ କରିଥିବା ବିଭିନ୍ନ ସରକାରୀ ପ୍ରକଳ୍ପ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ 5T ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...5T Sec Jajpur Visit: 'ଓଡ଼ିଶାରେ ଭଲ କାମ ପାଇଁ ଧର୍ମଶାଳାର ନାଁ ରହିଛି'

ଯାଜପୁର ଗସ୍ତ ସାରି ଭୁବନେଶ୍ବର ଫେରିଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ତେବେ ଏଇଠୁ ହିଁ ୩୦ଟି ଜିଲ୍ଲାର ଗସ୍ତ ଶେଷ ହୋଇଛି । ଆଜି କୋରେଇ ଚାନ୍ଦମା ପଡିଆରେ ଆୟୋଜିତ ଅନ୍ତିମ ସଭାରେ ୬ ମାସର ଗସ୍ତ ସମୟର ଅଭିଜ୍ଞତାକୁ ବଖାଣିଥିଲେ 5T ସଚିବ । ଆଜି ଅନ୍ତିମ ଦିନ ଗସ୍ତରେ ସଚିବ ଯାଜପୁର ଜିଲ୍ଲାର ବରୀ, ସୁକିନ୍ଦା ଏବଂ କୋରେଇ ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯଦିଓ କେଉଁଠି ବେଶୀ ସମୟ ଦେଇପାରିନଥିଲେ, ତେବେ ତାଙ୍କ ବକ୍ତବ୍ୟରେ ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟଧାରାର ବିବରଣୀ ପ୍ରକାଶ କରିବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରିଥିଲେ । ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟକାରିତା କ୍ଷେତ୍ରରେ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ । ଏହି ସରକାର ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦେବା ସହ ମହିଳା ମାନଙ୍କୁ ଆଗକୁ ବଢିବାକୁ ଆହ୍ବାନ ଜଣାଇଥିଲେ ପାଣ୍ଡିଆନ । ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଭୟ ମହିଳା ଓ ପୁରୁଷମାନେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.