ETV Bharat / state

ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, 2 ଗରୁତର

author img

By

Published : Aug 21, 2023, 2:55 PM IST

କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର ଓ ବାଇକ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

road accident in jagatsinghpur
road accident in jagatsinghpur

କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର ଓ ବାଇକ ଧକ୍କା

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଠାରେ କାର୍ ସହିତ ବାଇକ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣଙ୍କ ପଙ୍କପାଳର ଜହ୍ନାପାଳ ଗ୍ରାମର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କଟକ ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ, ଆଜି ପାରାଦୀପରେ ଥିବା ଆଇଓସିଏଲ କମ୍ପାନୀର ଏକ କାର ପାରାଦୀପ ଅଭିମୁଖେ ଯାଉଥିବା ସମୟରେ ପଙ୍କପାଳ ନିକଟରେ ହଠାତ୍ କାରଟିର ଚକା ଫାଟିଯାଇଥିଲା l ଚକା ଫାଟିବା ଫଳରେ କାରଟି ଭାରସାମ୍ୟ ହରାଇ ସମ୍ମୁଖରେ ଆସୁଥିବା ଏକ ବାଇକ୍ ଆରୋହୀଙ୍କ ସହିତ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକରେ ବସିଥିବ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀ ଓ ତାଙ୍କ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି ।

ତେବେ ଆହତ ବାପା,ପୁଅଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଦ୍ରୁତଗତିରେ ବେପରୁଆ ଭାବରେ ଗାଡ଼ି ଚାଳନା କାରଣରୁ ଏହିଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କଟକ ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି କାରକୁ ଜବତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । କଟକ-ପାରାଦୀପ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡି ଉଭୟ ପଟରେ ଅଟକି ରହିଛି । ଅନ୍ୟପଟେ ମୃତ ପରିବାରକୁ କ୍ଷତି ପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଅଡ଼ି ବସିଥିବା ବେଳେ କମ୍ପାନୀର କାରଟି ଅତି ବେପରୁଆ ଭାବରେ ଗାଡି ଚଳାଉଥିବାରୁ ଅକାରଣରେ ଗୋଟିଏ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କାଉଡିଆଙ୍କ ଉପରେ ମାଡିଗଲା କାର: 2 ମୃତ, 11 ଆହତ

ପ୍ରକାଶ ଥାଉକି, ଗଞ୍ଜାମ ଆସିକାର କୋଟିନଡା-ଭେଜିପୁଟ ରାସ୍ତାରେ ଗତକାଲି ରାତିରେ ନଦୀରୁ ପାଣି ଉଠାଇ କାଉଡିଆମାନେ ଆସିକାରୁ ଅରଖପୁର ଅଞ୍ଚଳକୁ ପାଣି ଭାର ନେଇ ଶିବ ମନ୍ଦିର ଯାଉଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି କାଉଡିଆଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.