ETV Bharat / state

ବୁଥ ପ୍ରସ୍ତୁତ, 373 ବୁଥରେ ନାହାଁନ୍ତି ଭୋଟର

author img

By

Published : Nov 3, 2020, 3:03 PM IST

ତିର୍ତ୍ତୋଲ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନରେ ଭୋଟର ହାର କମ ରହିଛି । ନିର୍ବାଚନ ମଣ୍ଡଳୀର 60 ପଞ୍ଚାୟତର 373 ଟି ବୁଥ ସମ୍ପୂର୍ଣ୍ଣ ଜନଶୂନ୍ୟ ଅଛି । ଅଧିକ ପଢନ୍ତୁ...

voting for tirtol by election in jagatsinghpur
ବୁଥ ପ୍ରସ୍ତୁତ, ହେଲେ 373 ବୁଥରେ ନାହାଁନ୍ତି ଭୋଟର

ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପନିର୍ବାଚନ । ହେଲେ 60 ଟି ପଞ୍ଚାୟତର 373 ଟି ବୁଥରେ ନାହାନ୍ତି ଭୋଟର । ତିର୍ତ୍ତୋଲ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନରେ ଭୋଟର ହାର କମ ରହିଛି । ସକାଳ 9 ଟା ସୁଦ୍ଧା ବିରିଡି ବ୍ଲକରେ 4 ହାଜର 321 ଜଣ ମତଦାନ କରିଥିବା ବେଳେ ରଘୁନାଥପୁରରେ 4 ହଜାର 327 ଓ ତିର୍ତ୍ତୋଲରେ 9ହଜାର 350 ଜଣ ଭୋଟ ଦେଇଛନ୍ତି । ସେହିପରି ମଧ୍ୟାହ୍ନ 12 ଟା ସୁଦ୍ଧା ବିରିଡିରେ 2 ହଜାର 293, ରଘୁନାଥପୁରରେ 2ହଜାର 563 ଓ ତିର୍ତ୍ତୋଲ ବ୍ଲକରେ 2ହଜାର 577 ଜଣ ଭୋଟ ଦେଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

ବୁଥ ପ୍ରସ୍ତୁତ, ହେଲେ 373 ବୁଥରେ ନାହାଁନ୍ତି ଭୋଟର

ବର୍ତ୍ତମାନ ସୁଦ୍ଧା ତିନୋଟି ବ୍ଲକକୁ ନେଇ ଗଠିତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର 60 ଟି ପଞ୍ଚାୟତର 373 ଟି ବୁଥ ସମ୍ପୂର୍ଣ୍ଣ ଜନଶୂନ୍ୟ ଥିବା ସୂଚନା ମିଳିଛି । ତେବେ ଅପରାହ୍ନରେ ଏଠାରେ ମତଦାନ ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାଶ, କଂଗ୍ରେସ ପକ୍ଷରୁ ଇଂ ହିମାଂଶୁ ମଲ୍ଲିକ ଓ ବିଜେପି ପକ୍ଷରୁ ଡ. ରାଜକିଶୋର ବେହେରା ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହାପୂର୍ବରୁ ତିର୍ତ୍ତୋଲରେ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ଏଠାରେ ନିର୍ବାଚିତ ହୋଇଥିଲେ ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.