ETV Bharat / state

ମଙ୍ଗଳବାର ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି

author img

By

Published : Nov 9, 2020, 7:52 PM IST

Updated : Nov 9, 2020, 9:59 PM IST

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆସନ୍ତାକାଲି(ମଙ୍ଗଳବାର) ଏସଭିଏମ କଲେଜ ପରିସରରେ ଅନୁଷ୍ଠିତ ହେବ । ପୋଲିସ ବିଭାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତାକାଲି ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେବ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି
ଆସନ୍ତାକାଲି ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେବ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆସନ୍ତାକାଲି(ମଙ୍ଗଳବାର) ଏସଭିଏମ କଲେଜ ପରିସରରେ ଭୋଟ ଗଣତି ଅନୁଷ୍ଠିତ ହେବ । ଯାହାକୁ ନେଇ ଆଜି(ସୋମବାର) ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ସକାଳ 8ଟା ଠାରୁ ଭୋଟ ଗଣତି ଆରମ୍ଭ ହେବ ।

ମଙ୍ଗଳବାର ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି

ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଭୋଟ ଗଣତି ପାଇଁ 2ଟି ହଲର ବ୍ୟବସ୍ଥା କରାଯାଇଥିବା ବେଳେ ପୋଷ୍ଟାଲ ବାଲଟ ଗଣତି ନିମନ୍ତେ ଗୋଟିଏ ହଲର ବ୍ୟବସ୍ଥା କରାଯାଇଛି । ଇଭିଏମ ଭୋଟ ଗଣତି ପାଇଁ 14ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ରିଟର୍ଣ୍ଣିଂ ଅଧିକାରୀ ଫଳାଫଳ ଘୋଷଣା କରିବେ । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ 22 କାଉଣ୍ଟିଂ ସୁପରଭାଇଜାର ନିୟୋଜିତ ହୋଇଥିବାବେଳେ 22 ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ 24 ଜଣ ମାଇକ୍ରୋ ଅବଜରଭର ନିୟୋଜିତ କରାଯାଇଛି ।

ପୋଲିସ ବିଭାଗ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 9, 2020, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.